ନୂଆଦିଲ୍ଲୀ,୩୧/୫: ଗତକାଲି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେଇଛନ୍ତି । ଏହାସହ ୫୭ଜଣ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଆଜି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସୂଚନାନୁସାରେ, ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିଛି । ସେହିପରି ଅମିତ ଶାହାଙ୍କୁ ଗୃହମନ୍ତ୍ରୀ, ନୀତିନ ଗଡକରୀଙ୍କୁ ସଡକ ଏବଂ ପରିବହନ ବିଭାଗର ଦାୟିତ୍ୱ ମିଳିଛି । ଏହାସହ ଡିବି ସଦାନନ୍ଦ ଗୌଡାଙ୍କୁ କେମିକାଲ ଏବଂ ଫର୍ଟିଲାଇଜର ବିଭାଗ ମିଳିଛି । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରାଲିୟମ, ପ୍ରାକୃତିକ ଗ୍ୟାସ ସହ ଇସ୍ପତ ମନ୍ତ୍ରାଳୟ ମିଳିଛି ।
କ୍ୟାବିନେଟ୍ ମନ୍ତ୍ରୀ
ମନ୍ତ୍ରୀଙ୍କ ନାମ ବିଭାଗ
ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ
ଅମିତ ଶାହା ଗୃହ ବିଭାଗ
ନିତିନ ଗଡକରୀ ରାସ୍ତା, ଯୋଗାଯୋଗ ଏବଂ ହାଇୱେ ଓ ଏମ୍ଏସ୍ମ୍ଇ
ଡି. ଭି. ସଦାନନ୍ଦ ଗୌଡ ରସାୟନ ଏବଂ କୃଷିସାର ବିଭାଗ
ନିର୍ମଳା ସୀତାରମଣ ଅର୍ଥ ବିଭାଗ
ରାମ ବିଳାସ ପାସବାନ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ
ନରେନ୍ଦ୍ର ସିଂହ ତୋମାର କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ
ରବି ଶଙ୍କର ପ୍ରସାଦ ଆଇନ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା
ହରସିମ୍ରତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ
ଥାୱର୍ ଚାନ୍ଦ ଗେହଲଟ୍ ସାମାଜିକ ନ୍ୟା ଓ ସଶକ୍ତିକରଣ
ଏସ୍ ଜୟଶଙ୍କର ବୈଦେଶିକ
ରେମେଶ ପୋଖରୀୟାଲ୍ ମାନବ ସମ୍ବଳ ବିକାଶ
ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର
ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ ଏବଂ ବୟନ ଶିଳ୍ପ
ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ଭୂ –ବିଜ୍ଞାନ
ପ୍ରକାଶ ଜେଭ୍ଡ଼େକର ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ପ୍ରସାରଣ
ପୀୟୁଷ ଗୋୟଲ ରେଳ ଏବଂ ବାଣିଜ୍ୟ ଓ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ
ମୁଖତାର ଆବାସ ନଖ୍ଭୀ ସଂଖ୍ୟାଲଘୁ ବ୍ୟାପାର
ପ୍ରହ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର ଏବଂ କୋଇଲା ଓ ଖଣି
ମହେନ୍ଦ୍ର ପାଣ୍ଡେ ଦକ୍ଷତା ବିକାଶ ଓ ଉଦ୍ୟୋଗ
ଅରବିନ୍ଦ ଗଣପତ ସାୱନ୍ତ ଭାରୀ ଶିଳ୍ପ ଓ ସାର୍ବଜନିକ ଉଦ୍ୟୋଗ ।
ଗିରିରାଜ ସିଂହ ପ୍ରାଣୀ, ପଶୁ ସମ୍ପଦ, ଗୋ-ପାଳନ ଏବଂ ମତ୍ସ୍ୟ
ଗଜେନ୍ଦ୍ର ସିଂହ ଶେଖାୱତ୍ ଜଳଶକ୍ତି
ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)
ମନ୍ତ୍ରୀଙ୍କ ନାମ ବିଭାଗ
ସନ୍ତୋଷ ଗଙ୍ଗୱାର ଶ୍ରମ ଓ ନିୟୋଜନ
ରାଓ ଇନ୍ଦ୍ରଜିତ୍ ସିଂହ ଯୋଜନା, କାର୍ଯ୍ୟକ୍ରମ ଓ ପରିସଂଖ୍ୟାନ
ଶ୍ରୀପଦ ୟସୋ ନାଏକ ଆର୍ୟୁବେଦ, ଯୋଗ ଓ ହମିଓପାଥି
ଜିତେନ୍ଦ୍ର ସିଂହ ଉତ୍ତର-ପୂର୍ବ ବିକାଶ, ପିଏମ୍ଓ ଏବଂ ଆଣବିକ, ମହାକାଶ ଓ ଆଣବିକ ଶକ୍ତି ଏବଂ
ପେନ୍ସନ୍
କିରନ ରିଜଜୁ କ୍ରୀଡ଼ା, ଯୁବ ଓ ସଂଖ୍ୟାଲଘୁ ବ୍ୟାପାର
ପ୍ରହଲ୍ଲାଦ ସିଂହ ପଟେଲ ସଂସ୍କୃତି ଓ ପର୍ଯ୍ୟଟନ
ରାଜକୁମାର ସିଂହ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି
ହରଦ୍ୱୀପ ସିଂହ ପୁରୀ ଗୃହ ଓ ନଗର ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ
ମନ୍ସୁକ୍ ମାଣ୍ଡଭ୍ୟ ଜାହାଜ ଏବଂ ସାର ଓ ରସାୟନ
ରାଷ୍ଟ୍ରମନ୍ତ୍ରୀ
ମନ୍ତ୍ରୀଙ୍କ ନାମ ବିଭାଗ
ଫଗନ ସିଂହ କୁଲାସ୍ତେ ଇସ୍ପାତ
ଅଶ୍ୱିନୀ ଚୁବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ
ଭି. କେ ସିଂହ ସଡ଼କ ଓ ପରିବହନ ଏବଂ ଜାତୀୟ ରାଜପଥ
କିଷନ ପାଲ ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ଡନ୍ଭେ ଡଡାରାଓ ଖାଉଟି କଲ୍ୟାଣ ଓ ଖାଦ୍ୟ, ଯୋଗାଣ ବିଭାଗ
କିଷନ ରେଡ୍ଡୀ ଗୃହ ମନ୍ତ୍ରାଳୟ
ପାର୍ଶ୍ୱତମ୍ ରୂପାଲା କୃଷି ଓ କୃଷକ ଉନ୍ନୟନ
ରାମଦାସ ଅଠୱାଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ସାଧ୍ୱବୀ ନିରଞ୍ଜନ ଜ୍ୟୋତି ଗ୍ରାମ୍ୟ ଉନ୍ନୟନ
ବାବୁଲ ସୁପ୍ରିୟୋ ପରିବେଶ, ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ
ସଞ୍ଜୀବ କୁମାର ବଲିୟାନ ପଶୁ ସମ୍ପଦ, ଗୋ ପାଳନ ଓ ମତ୍ସ୍ୟ ସମ୍ପଦ
ଧୋତ୍ରେ ସଂଜୟ ସାମରାଓ ମାନବ ସମ୍ବଳ ବିକାଶ ଓ ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା
ଅନୁରାଗ ଠାକୁର ଅର୍ଥ
ଅନଗାଡି ଏସ୍ ଚନ୍ନାବସାପା ରେଳ
ନିତ୍ୟାନନ୍ଦ ରାୟ ଗୃହ ମନ୍ତ୍ରାଳୟ
ରତନଲାଲ କଟାରିୟା ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ଭି. ମୁରାଲୀ ଧରଣ ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର
ରେଣୁକା ସିଂହ ସାରୁଟା ଆଦିବାସୀ
ସୋମ ପରକାଶ ବାଣିଜ୍ୟ ଏବଂ ଶିଳ୍ପ
ରାମେଶ୍ବର ତେଲି ଖାଦ୍ୟ ପ୍ରକ୍ରିୟାକରଣ
ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏମଏସଏମଇ, ମତ୍ସ୍ୟ, ପଶୁ ସମ୍ପଦ, ଗୋପାଳନ
କୈଳାଶ ଚୌଧୁରୀ କୃଷି ଏବଂ କୃଷକ କଲ୍ୟାଣ
ଦେବଶ୍ରୀ ଚୌଧୁରୀ ମହିଳା ଏବଂ ଶିଶୁ ବିକାଶ