ଭୁବନେଶ୍ୱର,୧୭/୩: ସାରା ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ । କରୋନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଠିକ ୪ ଟା ୩୦ ମିନିଟ ସମୟରେ ସାମ୍ୱାଦିକ ସମ୍ମିଳନୀ କରି କରୋନା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ମୁଖପାତ୍ର ବାଗଚୀ ।
ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୧,୮୩,୧୧୬ ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି । ଆଜି ସୁଦ୍ଧା ଭାରତରେ ୧୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ୩ ଜଣଙ୍କର ମୃତ୍ୟୁ ହୋଇଛି । ଭଲ କଥା ଯେ କୌଣସି ୯ ବର୍ଷରୁ କମ ବୟସର ଛୁଆଙ୍କର ମୃତ୍ୟୁ ହୋଇନି ।
ଆଜିର ସତର୍କତା – ଜଣେ ବ୍ୟକ୍ତି ଦିନକୁ ୨୬୦୦ ଥର ମୋବାଇଲ ଫୋନକୁ ଛୁଉଁଛି ଏବଂ ୭୬ଥର ବ୍ୟବହାର କରୁଛି । ତେଣୁ ୪ରୁ ୫ଥର ହାଲକା ସାବୁନ ପାଣିରେ ସଫା କରନ୍ତୁ । କୌଣସି କାଉଣ୍ଟରରେ ମୋବାଇଲକୁ ରଖନ୍ତୁ ନାହିଁ । ହାତ ଧୁଅନ୍ତୁ । ସାମାଜିକ ଦୁରତା ରଖନ୍ତୁ ଓ ସରକାରଙ୍କ ଠାରେ ରିପୋର୍ଟିଂ କରନ୍ତୁ ।
ଗତ କାଲି ରାଜ୍ୟସରକାର କରୋନା ଭାଇରସ ପାଇଁ ସ୍ୱତନ୍ତ୍ର ୱେବସାଇଟ ଜାରି କରିବା ପରେ ବର୍ତ୍ତମାନ ସୁଦ୍ଧା ଟୋଟାଲ୍ ୧୨୩୯ ୱେବସାଇଟରେ ନିଜ ନାମକରଣ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ ୫୪୪ଟି ପଞ୍ଜୀକରଣ ଟେଲିଫୋନ୍ କଲ୍ ମାଧ୍ୟମରେ ହୋଇଥିବା ବେଳେ ,୬୮୫ଟି ପଞ୍ଜୀକରଣ ୱେବସାଇଟ ମାଧ୍ୟମରେ ହୋଇଛି ।
ବିଦେଶରୁ ଆସି ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୱେବସାଇଟରେ ନିଜ ନାମ ପଞ୍ଜୀକରଣ କରିଛନ୍ତି ମହାରାଜା ଗଜପତି, ମହାରାଣୀ ଓ ତାଙ୍କ ପରିବାର । ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ଯେ ସେ ଆସି ନିଜେ ୱେବସାଇଟରେ ନିଜ ନାମ ପଞ୍ଜୀକରଣ କରିଛନ୍ତି ଓ ସ୍ୱତଃପୂତ ଭାବେ କ୍ୱାରେଣ୍ଟାଇନରେ ନିଜ ଘରେ ରହିଛନ୍ତି ।
ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୧୦୪ କଲକୁ ଆହୁରି ବୃଦ୍ଧି କରାଯିବ । କ୍ରିଷନ କୁମାରଙ୍କୁ ଏହାର ସ୍ୱତନ୍ତ୍ର ଦାୟିତ୍ବରେ ଅବସ୍ଥାପିତ କରାଯାଇଛି ।
ଗତକାଲି ରାଜ୍ୟରେ ଯେଉଁ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ଚିହ୍ନଟ ହୋଇଥିଲେ, ତାଙ୍କ ସ୍ୱସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୨ର ଜଣଙ୍କ ସାମ୍ପଲ ପରୀକ୍ଷା ହୋଇଥିବା ବେଳେ ୩୧ଟି ନେଗେଟିଭ୍ ଆସିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ମେଡିକାଲରେ ୫୪୦ ବେଡ୍ ପ୍ରସ୍ତୁତ ରଖାଯାଇଛି । ପ୍ରତି ବ୍ଲକରେ ପଂଚାୟତ କ୍ବାରେଣ୍ଚାଇନ୍ ଆଇସୋଲେସନ୍ ଗଢା ହେବ ।
ଆସନ୍ତା ୧୯ ତାରିଖରେରେ ପଂଚାୟତରେ ମିଟିଂ ବସିବ । ଏହା ଦ୍ବାରା ଗ୍ରାମାଞ୍ଚଳରେ ଥିବା ସମସ୍ତ ଲୋକମାନଙ୍କୁ କରୋନା ବିଷୟରେ ସତର୍କ କରାଯିବ । ଆଶାକର୍ମୀ, ସ୍ବାସ୍ଥକର୍ମୀ ଏଥିରେ ନିୟୋଜିତ ହେବେ ।