ଭୁବନେଶ୍ବର, ୨୦/୧୧ : ବାତ୍ୟା ‘ଅକଭାନ୍’କୁ ନେଇ ଆସିଲା ବଡ଼ ଅପଡେଟ୍। ଆରମ୍ଭ ହେଲା ବାତ୍ୟାର ସ୍ଥଳଭାଗ ସହ ସଂସ୍ପର୍ଶ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପୂର୍ବରୁ ଦୁର୍ବଳ ହେଲା ‘ଅକଭାନ୍’ । ଗୋପାଳପୁର ନିକଟରେ ଛୁଇଁବ ସ୍ଥଳଭାଗ । ଘଣ୍ଟାକୁ ୯୦ କିମି ବେଗରେ ବହିପାରେ ପବନ !। କଳିଙ୍ଗପାଟନମ ଠାରୁ ୮୦କିମି ଦୂରରେ କେନ୍ଦ୍ରୀଭୂତ।ଗୋପାଳପୁରଠାରୁ ମାତ୍ର ୧୩୦ କିମି ଦୂରରେ ‘ଅକଭାନ୍’। ଆଜି ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍ ସମ୍ଭାବନା !। ଘଣ୍ଟାକୁ ୨୧ କିମି ବେଗରେ ମାଡ଼ିଆସୁଛି ବାତ୍ୟା। । ଉତ୍ତର ଆନ୍ଧ୍ର–ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ‘ଅକଭାନ୍’ । ବାତ୍ୟା ‘ଅକଭାନ୍’ ଉପରେ ରାଡାରର କଡ଼ା ନଜର । ବିଶାଖାପାଟଣା ଓ ଗୋପାଳପୁରରୁ ଚାଲିଛି ନିରନ୍ତର ନିରୀକ୍ଷଣ !। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଭୀଷଣ ବାତ୍ୟା ‘ଅକଭାନ୍’ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।