ନୂଆଦିଲ୍ଲୀ, ୬/୧: ଏଣିକି ରେଳ ଷ୍ଟେସନରେ ୨୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ପହଁଚିବାକୁ ପଡ଼ିବ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକରି କରିବା ପାଇଁ ରେଲଓ୍ଵେ ଏହି ପ୍ରଦକ୍ଷେପ ନେଇଛି।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ପରି ରେଳବା ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କୁ ଟ୍ରେନ ଛାଡ଼ିବାର ନିର୍ଦ୍ଧାରିତ ସମୟର ୨୦ ମିନିଟ ଆଗରୁ ରେଳ ଷ୍ଟେସନରେ ପହଂଚିବାକୁ ପଡ଼ିବ । ପୂର୍ବରୁ ପହଂଚିବା ଫଳରେ ସୁରକ୍ଷା ଯାଂଚ ଠିକ ଭାବରେ କରାଯାଇପାରିବ । ହାଇଏଣ୍ଡ ଟେକ୍ନୋଲୋଜୀ ଦ୍ୱାରା ଆହ୍ଲାବାଦ ଷ୍ଟେସନରେ ଏହା ଲାଗୁ କରାଯାଇଛି । ଆଗକୁ ଥିବା କୁମ୍ଭମେଳାକୁ ଯାଉଥିବା ଅନେକ ଯାତ୍ରୀ ସେଠାରେ ପହଂଚିବେ ।
ଏହା ଛଡ଼ା କର୍ଣ୍ଣାଟକ ଷ୍ଟେସନରେ ଏହି ବ୍ୟବସ୍ତା ଖୁବ ଶୀଘ୍ର ଲାଗୁ କରାଯିବ । ଏହି ଦୁଇଟି ଷ୍ଟେସନରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଏହା ଆରମ୍ଭ ହେବ । ଧୀରେ ଧୀରେ ଦେଶରେ ଥିବା ୨୦୨ଟି ଷ୍ଟେସନରେ ଏହି ବ୍ୟବସ୍ଥା କରାଯିବ । ରେଲୱେ ପ୍ରୋଜେକ୍ଟ ଫୋର୍ସ ଡ଼ିଜିପି ଅନରଳ ଅରୁଣ କୁମାର ଏହି ବିଷୟରେ ସୂଚନା ଦେଇଛନ୍ତି । ଷ୍ଟେସନକୁ ସୁରକ୍ଷା ବଳୟରେ ରଖିବାକୁ ରେଲଓ୍ଵେ ପକ୍ଷରୁ ଏମିତି ପଦକ୍ଷେପ ନିଆଯାଇଛି । ଷ୍ଟେସନର ଅପେନିଙ୍ଗ ପଏ ଉପରେ ଯାଂଚ କରାଯାଇ କାହାକୁ ବନ୍ଦ କରାଯିବ ଠିକ କରାଯିବ। କିଛି ଜାଗାରେ ଅସ୍ଥାୟୀ କବାଟ ମଧ୍ୟ ତିଆରି କରାଯିବ ।