ବ୍ରିଟେନର ଜଣେ ମହିଳା ଯାହାଙ୍କୁ ହୀରା ପିନ୍ଧିବାରେ ଭାରି ଆଦର । କିନ୍ତୁ ଅର୍ଥ ଅଭାବ କାରଣରୁ ମହିଳା ଜଣଙ୍କ ସତସତିକା ହୀରାର ରିଂଗ କିଣିବାରେ ଅସଫଳ ହେଲେ ମଧ୍ୟ ମହିଳା ଜଣଙ୍କ ୩୩ ବର୍ଷପୂର୍ବେ ଏକ ଦୋକାନରୁ ଗୋଟିଏ ନକଲୀ ଡାଇମଣ୍ଡ ରିଂଗ କିଣିଥିଲେ । ଯାହାର ମୂଲ୍ୟ ଥିଲା ୮୫୦ ଟଙ୍କା ଥିଲା । ତେବେ ମହିଳା ଜଣଙ୍କ କୌଣସି କାରଣରୁ ଏହି ନକଲୀ ରିଂଗକୁ ବିକ୍ରି କାରିବାକୁ ଗ୍ରାହକ ଖୋଜୁଥିଲେ । କିନ୍ତୁ ଏହି ସମୟରେ ତାଙ୍କର କେହି ଜଣେ ପରିଜନ ବ୍ୟକ୍ତି ସେହି ରିଂଗରେ ଲାଗିଥିବା ହୀରା ଅସଲୀ ବୋଲି କହିଥିଲେ ଯାହା ଶୁଣିଲା ପରେ ମହିଳା ଜଣଙ୍କ ଗୋଟିଏ ମିନିଟ ପାଇଁ ଆବାକ୍ ହୋଇଯାଇଥିଲେ । ପରଦିନ ମହିଳା ଜଣଙ୍କ ଜଣେ ହୀରା ପ୍ରଫେସ୍ନାଲିଷ୍ଟଙ୍କ ପାଖକୁ ଗଲେ । ସେ ମଧ୍ୟ କହିଲେ ଯେ ଏହି ହୀରାଟି ୨୬-୨୭ କ୍ୟାରେଟ୍ର ହୀରା ଅଟେ । ଯାହାକୁ ନିଲାମ କରିବା ଦ୍ୱାରା ତାଙ୍କୁ ବହୁ ପରିମାଣର ଟଙ୍କା ମିଳିବ । ପ୍ରଫେସ୍ନାଲିଷ୍ଟଙ୍କ ବାକ୍ୟ ରକ୍ଷା କରି ମହିଳା ଜଣଙ୍କ ପରଦିନ ରିଂଗର ନିଲାମ୍ ବ୍ୟବସ୍ଥା କଲେ । ରିଂଗଟି ୬ କୋଟି ୮୩ ଲକ୍ଷ ଟଙ୍କାରେ ନିଲାମ୍ ହେଲା ଓ ଟ୍ୟାକ୍ସସବୁ କଟି ମହିଳାଙ୍କୁ ମିଳିଲା ସାଢ଼େ ଚାରି କୋଟି ଟଙ୍କା । ୩୩ବର୍ଷପରେ ମହିଳାଙ୍କ ଭାଗ୍ୟ ବଦଳାଇଦେଲା ନକଲୀ ରିଂଗ ।