୨୦ସେପେଫମ୍ବର ୨୦୧୦ରେ ସ୍ପାନିଶ ରେଡ଼ିଓ ଏକାଡ଼େମୀ ଅନୁରୋଧକୁ ଆଖି ଆଗରେ ରଖି ମିଳିତ ଜାତିସଂଘ (ୟୁନିସ୍କୋ) ବିଶ୍ୱ ରେଡ଼ିଓ ଦିବସକୁ କାର୍ଯ୍ୟସୂଚୀରେ ତାଲିକାଭୁକ୍ତ କରାଯାଇଥିଲା । ୟୁନିସ୍କୋ ତା’ର ସାର୍ବଜନୀନ ସମ୍ମିଳନୀର ୩୬ତମ ଅଧିବେଶନରେ ୟୁନାଇଟେଡ୍ ନେଶନ୍ ଦ୍ୱାରା ୧୯୪୬ରେ ସ୍ଥାପିତ ହୋଇଥିଲା । ୟୁନାଇଟେଡ୍ ନେଶନ୍ ରେଡ଼ିଓ । ଯାହାର ବାର୍ଷିକୋସିବକୁ ଜାତୀୟ ରେଡ଼ିଓ ଦିବସ ରୂପେ ପାଳନ କରାଯାଉ ବୋଲି ୨୦୧୨ମସିହାରୁ ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ୧୩ଫେବୃଆରୀକୁ ‘ବିଶ୍ୱ ରେଡ଼ିଓ ଦିବସ’ ରୂପେ ପାଳନ କରାଯାଉଛି । ଚଳିତବର୍ଷର ଥିମ୍ ହେଉଛି- ଡାୟାଲଗ୍, ଟଲରେନ୍ସ ଆଣ୍ଡ ପିସ୍ (ପାରସ୍ପରିକ କଥାବାର୍ତ୍ତା, ସହନଶୀଳତା ଓ ଶାନ୍ତି) ।