ନାଗପୁର, ୯/୧: ନାଗପୁରର ଏକ ହସ୍ପିଟାଲରେ ବୁଧବାର ଭୟାନକ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ୍ ବିଲïିଂରେ ପ୍ରାୟ ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ନିଆଁ ଲିଭାଇବା ପାଇଁ ୫ଟି ନିଆଁ ଲିଭା ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଛି । ନାଗପୁରର କେପି ଗାଉଣ୍ଡ୍ ନିକଟସ୍ତ କିଙ୍ଗ୍ସ ଓଏ ରୋଡରେ ଥିବା ସଞ୍ଚେତି ହସ୍ପିଟାଲର ନିର୍ମାଣାଧୀନ କୋଠାରେ ନିଆ ଲାଗିଯାଇ ଏପରି ପରିସ୍ଥିତି ଉପୁଜିଛି । ଅଗ୍ନିକାଣ୍ଡ ସମୟର ଭିଡିଓରୁ ଦେଖିବାକୁ ମିଳୁଛି ଯେ ୫ ମହଲା ବିଶିଷ୍ଟ ହସ୍ପିଟାଲ୍ ବିଲïିଂରୁ ମୋଟା ଆକାରରେ ଧୁଆଁ ବାହାରୁଛି । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।