ନୂଆଦିଲ୍ଲୀ,୧୩/୧୧: ସର୍ବୋଚ୍ଚ ନ୍ୟାୟାଳୟ ଆୟକର ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ଅନ୍ତିମ ଶୁଣାଣି ପାଇଁ ଡିସେମ୍ବର ୪ ତାରିଖ ନିର୍ଦ୍ଧାରିତ କରିଛନ୍ତି। ସୋନିଆ ଓ ରାହୁଲ ଦିଲ୍ଲୀ ହାଇକୋର୍ଟର ସେହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ୨୦୧୧-୧୨ରେ ହାଇକୋର୍ଟ ଆୟକର ଆକଳନ ଫାଇଲ ପୁର୍ନବାର ଖୋଲିବା ମାମଲାରେ ରାହୁଲ ଓ ସୋନିଆଙ୍କୁ ଆଶ୍ଵସ୍ତି ଦେବାକୁ ମନା କରିଥିଲେ।