ପାପୁଲି ଆକାରରୁ ଜାଣନ୍ତୁ ସ୍ୱଭାବ

ସମସ୍ତଙ୍କର ବିଶ୍ୱାସ ରହିଥାଏ, ହସ୍ତରେଖାରେ ଭାଗ୍ୟ ଲୁଚି ରହିଥାଏ । କି;ୁ ହସ୍ତରେଖାକୁ ସାଧାରଣ ଲୋକ ଦେଖି ବୁଝିପାରନ୍ତି ନାହିଁ । ଭବିଷ୍ୟତ କଥା ଜାଣିବା ପାଇଁ ହେଲେ ଆମକୁ କୋଣସି ଜ୍ୟୋତିଷ କିମ୍ବା ପଣ୍ଡିତଙ୍କ ପାଖକୁ ଯିବାକୁ ପଡ଼ିବ । ତେବେ ହସ୍ତରେଖା ବିଷୟରେ ସିନା ଜାଣିପାରିବେ ନାହିଁ କି;ୁ ଆଜି ଆମେ ପାପୁଲିର ଆକାର ବିଷୟରେ ଜଣାଉଛୁ, ଯାହାକୁ ଦେଖି ଆପଣ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ସହଜରେ ଜାଣିପାରିବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବକୁ ତା’ର ପାପୁଲିର ଆକାର ପ୍ରଭାବିତ କରେ ।
– ଯେଉଁ ବ୍ୟକ୍ତିଙ୍କ ପାପୁଲିର ଆକାର ବର୍ଗାକାର ହୋଇଥାଏ ସେମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥାନ୍ତି । ସବୁ କଥାରେ ତର୍କ ବିତର୍କ କରିଥାନ୍ତି । ଏମାନେ ସର୍ବଦା ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଅନ୍ତି ।
– ଯେଉଁମାନଙ୍କ ପାପୁଲିର ଆକାର ଆୟତାକାର ହୋଇଥାଏ, ସେମାନେ ନିଜର ହୃଦୟର କଥା ଶୁଣନ୍ତି । ଯେଉଁଠି ମୁଣ୍ଡ ଖଟେଇବାକୁ ପଡ଼େ ସେଠି ବି ସେମାନେ ମନର କଥା ଶୁଣନ୍ତି ।