କଟକ, ୨୧/୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ଏକ ମର୍ମୁଦ ସଡକ ଦୁର୍ଘଟଣା ଘଟିଛି । ଜଗନ୍ନାଥ ନାମକ ଯାତ୍ରୀବାହୀ ବସ ଏକ ମଇଁଷିକୁ ଧକ୍କାଦେଇ ମହାନଦୀ ପୋଲ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛ । ଜଗନ୍ନାଥ ନାମକ ବସ ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ବସଟି ଜଗତପୁର ଛକ ଅତିକ୍ରମ କରି ମହାନଦୀ ବ୍ରିଜ ଦେଇ ଶିଖରପୁର ଆସୁଥିବା ବେଳେ ପୋଲ ଉପରେ ଏକ ମଇଁଷିକୁ ଧMା ଦେଇଥିଲା । ଏହା ପରେ ବସଟି ଭାରସାମ୍ୟ ହରାଇ ପୋଲର ବାଡରେ ପିଟିହୋଇ ପ୍ରାୟ ୩୦ ଫୁଟ ତଳକୁ ମହାନଦୀକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ବସ୍ଟି ପାଣିରେ ନପଡ଼ି ବାଲି ଟାପୁରେ ପଡ଼ିବାରୁ ଆହୁରି ଅନେକ ଜୀବନ ଜୀବାରୁ ରକ୍ଷା ପାଇଯାଇଥିଲା । ଦୁର୍ଘଟଣାର ଖବର ପାଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନୀଶମ ଏବଂ ଓଡ୍ରାଫଟିମକୁ ନିୟୋଜିତ କରାଯାଇଥିଲା । ଆହାତଙ୍କୁ ଉଦ୍ଧାରକରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ଜଣାପଡ଼ିଥିବା ବେଳେ ଆତଙ୍କମାନ ମଧ୍ୟରୁ ଅନେକଙ୍କୁ ସମ୍ପର୍କୀୟମାନେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଡ୍ରାଇଭର ମୋବାଇଲ୍ରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହେଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।