ବାଙ୍କି ଓ ବଡ଼ମ୍ବାରେ ନବୀନଙ୍କ ମାରାଥନ୍ ନିର୍ବାଚନ ପ୍ରଚାର

କଟକ,୧୮/୪: ଆଜି ଦିନସାରା ଶାସକ ଦଳ ପ୍ରଚାରକୁ ଜୋରଦାର କରିଛି। ମାରାଥନ୍ ପ୍ରଚାର କରିଛନ୍ତି ନବୀନ। ଆଜି ସେ କଟକ ଜିଲ୍ଲାର ଦୁଇଟି ଜାଗାରେ ନିର୍ବାଚନ ପ୍ରଚାର କରିଛନ୍ତି। ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସାରି ନବୀନ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ କଚେରୀ ପଡ଼ିଆଠାରେ ଏକ ସଭାରେ ଯୋଗ ଦେଇଥିଲେ।

ନିଜ ଭାଷଣରେ ନବୀନ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ‘ଆମ ସରକାର ଆସିବା ମାତ୍ରକେ କାଳିଆ ଟଙ୍କା ଲୋକଙ୍କ ଖାତାକୁ ଯିବ’ ବୋଲି ଘୋଷଣା କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁନର୍ବାର ନିର୍ବାଚିତ କରିବା ପାଇଁ ନବୀନ ଭୋଟର ମାନଙ୍କୁ ନିବେଦନ କରିଥିଲେ।