ଆଜିର ରାଶିଫଳ (ସୋମବାର)

ତା : ୦୨/୧୧/୨୦୨୬

ମେଷ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । କଠିନ ପରିଶ୍ରମର ଭଲ ଫଳ ମିଳିବା ସହ କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସମର୍ଥନ ମିଳିବ । ପରିବାର ଓ ବନ୍ଧୁଙ୍କଠାରୁ ଲାଭବାନ ହେବେ । ସାମାଜିକ କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପରିବାର ସହ ଭଲ ସମୟ ବିତାଇବେ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ । ତେବେ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ଏବଂ ଯାତ୍ରାରୁ ଦୂରେଇ ରୁହନ୍ତୁ ।

ବୃଷ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ଦିନ ରହିବ । ଆତ୍ମବିଶ୍ୱାସରେ କିଛିଟା ଅଭାବ ଦେଖାଦେଇପାରେ । ଅଫିସରେ କାମର ଚାପ ଅଧିକ ରହିବା ସହ ମନରେ ଅସନ୍ତୋଷ ଦେଖାଦେବ । ମଧୁର କଥା ମାଧ୍ୟମରେ ନୂଆ ସମ୍ପର୍କ ସୃଷ୍ଟି ହେବ । ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଚିନ୍ତା ବଢ଼ାଇପାରେ । ପୁରୁଣା ସମସ୍ୟାକୁ ନେଇ ମାନସିକ ଚାପ ରହିବ । କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ନେବାକୁ ପଡ଼ିପାରେ । ପ୍ରିୟଜନଙ୍କ ପରାମର୍ଶ ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇବ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନ ଲାଗିବ ନାହିଁ । ପାରିବାରିକ ଖୁସିରେ କିଛିଟା ବାଧା ଆସିପାରେ ।

ମିଥୁନ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ମିଳିବା ସହ ଅର୍ଥ ପ୍ରାପ୍ତିର ଯୋଗ ରହିଛି । କୌଣସି ଶୁଭ ଖବର ପାଇ ମନ ଖୁସି ହେବ । ପରିବାରରେ ହସଖୁସିର ପରିବେଶ ରହିବ । ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ନୂଆ ଉତ୍ସରୁ ଧନଲାଭ ହୋଇପାରେ । ମନ ପ୍ରଫୁଲ୍ଲିତ ରହିବ । ତେବେ ନିଜ କଥା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବଡ଼ମାନଙ୍କ ସେବା କରିବା ଶୁଭ ଫଳ ଦେବ । ପିତାଙ୍କ ସହ ସମ୍ପର୍କ ଓ ସମନ୍ୱୟ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରୁହନ୍ତୁ ।

କର୍କଟ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟିକ କାର୍ଯ୍ୟ ସହଜରେ ସମ୍ପନ୍ନ ହେବା ସହ ଆର୍ଥିକ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ପିତାଙ୍କଠାରୁ ଲାଭ ମିଳିବାର ଯୋଗ ରହିଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା କରିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ । ଅଫିସ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ବଢ଼ିପାରେ । ଅନାବଶ୍ୟକ ଖର୍ଚ୍ଚ ହେବ । ସନ୍ତାନଙ୍କଠାରୁ ଖୁସି ମିଳିବ । ସ୍ୱାସ୍ଥ୍ୟରେ କିଛିଟା ଅନିଶ୍ଚିତତା ରହିପାରେ । ତେଣୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ସିଂହ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ଆର୍ଥିକ ଲାଭ ହେବାର ଯୋଗ ରହିଛି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିବ । ବନ୍ଧୁମାନଙ୍କଠାରୁ ସହଯୋଗ ଓ ଲାଭ ମିଳିପାରେ । ଯାତ୍ରା କରିବାର ସୁଯୋଗ ରହିଛି । ତେବେ ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏବଂ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ପରିବାର ସଦସ୍ୟଙ୍କ ସହ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି । କିଣାକିଣିରେ ଅଧିକ ଖର୍ଚ୍ଚ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ ଓ ପରିବାରରେ ସମନ୍ୱୟ ଭଲ ରହିବ । ତେବେ ବନ୍ଧୁଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି । ମାନସିକ ଚାପ ଦେଖାଦେଇପାରେ ।

କନ୍ୟା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବା ସହ ବେକାର ଯୁବକଯୁବତୀଙ୍କୁ ଚାକିରି ମିଳିବାର ସୁଯୋଗ ରହିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ । ବନ୍ଧୁମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆତ୍ମବିଶ୍ୱାସ ବଜାୟ ରଖିବା ଜରୁରୀ । ଜୀବନସାଥୀଙ୍କ ସହ ବୁଲିବାକୁ ଯିବାର ସୁଯୋଗ ମିଳିପାରେ । ପରିବାର ସହ ଆନନ୍ଦରେ ସମୟ ବିତାଇବେ । ମନରେ ନକାରାତ୍ମକ ଚିନ୍ତାକୁ ସ୍ଥାନ ଦିଅନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ଦୈନନ୍ଦିନ ଜୀବନରେ ସନ୍ତୁଳନ ବଜାୟ ରଖନ୍ତୁ ।

ତୁଳା : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ମନରେ ନୂଆ ନୂଆ ଚିନ୍ତାଧାରା ଆସିବ । ଏକ ଭଲ କମ୍ପାନୀରୁ ଚାକିରି ପ୍ରସ୍ତାବ ମିଳିପାରେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବା ଆପଣଙ୍କ ଚିନ୍ତାର କାରଣ ହୋଇପାରେ । ଶାରୀରିକ ସ୍ୱାସ୍ଥ୍ୟ ଖରାପ ରହିବାର ଆଶଙ୍କା ରହିଛି । ପୂର୍ବରୁ ଅଟକି ରହିଥିବା ଟଙ୍କା ଫେରିପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବ । ନିଜ କ୍ରୋଧ ନିୟନ୍ତ୍ରଣ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବିଛା : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ଦିନ ରହିବ । କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଜନା କରିପାରନ୍ତି । ବନ୍ଧୁମାନଙ୍କ ସହ ସାକ୍ଷାତ ହେବାର ସୁଯୋଗ ରହିଛି । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ମାନସିକ ଚାପ ବଢ଼ାଇପାରେ । ଆତ୍ମବିଶ୍ୱାସରେ କିଛିଟା ଅଭାବ ଦେଖାଦେବ । ଗରିବ ଓ ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରି ମାନସିକ ଶାନ୍ତି ଓ ଖୁସି ପାଇବେ । ଭବିଷ୍ୟତରେ ସହାୟକ ହେବା ଭଳି କିଛି ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ । କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ମଧ୍ୟରେ ଉତ୍ତମ ସନ୍ତୁଳନ ରହିବ । ପରିବାରରୁ ପୂର୍ଣ୍ଣ ସହଯୋଗ ମିଳିବ ।

ଧନୁ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ଆର୍ଥିକ ଲାଭ ହେବା ସହ ଭାଗ୍ୟର ସାଥ୍ ମିଳିବ । ଆୟ ବୃଦ୍ଧି ହେବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣ ସଫଳତା ପାଇବେ ଏବଂ ଚାକିରିରେ ପଦୋନ୍ନତି ମିଳିପାରେ । ଛୋଟ ଯାତ୍ରାର ଯୋଗ ରହିଛି । ବିଦେଶରୁ କୌଣସି ଶୁଭ ଖବର ପାଇ ଖୁସି ହେବେ । ସନ୍ତାନଙ୍କଠାରୁ ଲାଭ ମିଳିପାରେ । ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦରେ ସମୟ ବିତାଇବେ । ନିଜ ପସନ୍ଦର କାମ କରିବାକୁ ସୁଯୋଗ ମିଳିବ । ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀ ସଫଳତା ପାଇପାରନ୍ତି । ତେବେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଯାତ୍ରାରୁ ଦୂରେଇ ରୁହନ୍ତୁ ।

ମକର : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ଦିନ ରହିବ । ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି । ଅଫିସ କିମ୍ବା କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ତେବେ ପାରିବାରିକ ଜୀବନ ସୁଖମୟ ରହିବ । ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ । କୌଣସି ବଡ଼ କମ୍ପାନୀ ସହ ବ୍ୟବସାୟିକ ଚୁକ୍ତି ହୋଇପାରେ । କ୍ରୀଡ଼ା ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ବହୁଦିନ ପରେ କୌଣସି ପୁରୁଣା ପରିଚିତଙ୍କ ସହ ସାକ୍ଷାତ ହୋଇପାରେ । ନିଜ ଦକ୍ଷତା ବଳରେ କଠିନ ପରିସ୍ଥିତିର ସାମ୍ନା କରିବେ । ସମସ୍ତ କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

କୁମ୍ଭ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦରେ ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ । ଶାରୀରିକ ଭାବେ ନୂଆ ଶକ୍ତି ଓ ଉତ୍ସାହ ଅନୁଭବ କରିବେ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ମିଳିବ । ନୂଆ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ରହିଛି । ତେବେ ନିଜ ଜୀବନଶୈଳୀକୁ ନେଇ କିଛିଟା ଅସନ୍ତୋଷ ଅନୁଭବ କରିପାରନ୍ତି । ବିଦେଶରୁ ଶୁଭ ଖବର ମିଳିପାରେ । ନିଜ ଉପରେ ନିୟନ୍ତ୍ରଣ ରଖି କାର୍ଯ୍ୟ କରନ୍ତୁ । ପାରିବାରିକ ସମସ୍ୟା କିଛିଟା ଅସୁବିଧା ସୃଷ୍ଟି କରିପାରେ । ପୋଷାକ ଓ ଅଳଙ୍କାର ପ୍ରତି ଆଗ୍ରହ ବଢ଼ିବ । ଜଣେ ଦିବ୍ୟାଙ୍ଗ ସମ୍ପର୍କୀୟ ଘରକୁ ଆସିପାରନ୍ତି ।

ମୀନ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ବାଧାବିଘ୍ନ ଦେଖାଦେଇପାରେ । ଗାଡ଼ିମୋଟରର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅଧିକ ଖର୍ଚ୍ଚ ହୋଇପାରେ । ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ପରିବାରର କୌଣସି ବୟସ୍କ ସଦସ୍ୟଙ୍କଠାରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଭ୍ରମଣ କରିବାର ସୁଯୋଗ ମିଳିପାରେ । ଯୋଗ ଓ ଧ୍ୟାନ ଦ୍ୱାରା ମାନସିକ ଶାନ୍ତି ପାଇବେ । ନୂଆ ଲୋକଙ୍କ ସହ ପରିଚୟ ହେବ । ବୟସ୍କ ବ୍ୟକ୍ତିଙ୍କ ସହଯୋଗରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପନ୍ନ ହେବ । ଏହାଦ୍ୱାରା ମନରୁ ଚିନ୍ତା ଦୂର ହେବ। ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସହ ମତଭେଦ ଦୂର ହେବ ।