ବଢ଼ିଲା ମାଟ୍ରିକ୍‌ ଫର୍ମପୂରଣ ଅବଧି

କଟକ, ୧୪/୧୨: ମାଧମିକ ଶିକ୍ଷା ପରିଷଦ (ବୋର୍ଡ)ର ପକ୍ଷରୁ ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଫର୍ମପୂରଣ ସମୟସୀମା ବୃଦ୍ଧି କରାଯାଇଛି । ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ରାତି ୧୧ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ମଧରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଫର୍ମପୁରଣ କରିପାରିବେ । ଏହା ପରେ ଫି ଦାଖଲ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସହାୟତାରେ ଏସ୍‌ବି କଲେକଫରେ ଦାଖଲ କରିପାରିବେ କିମ୍ବା କ୍ୟାସ୍‌ ଟ୍ରାନ୍ସଫର କରିପାରିବେ । ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ହେବାରୁ ବୋର୍ଡ ପକ୍ଷରୁ ବିନା ଜରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରଣ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଫର୍ମପୂରଣ ସମୟସୀମା ବିନା ଜରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା ।