ଭୋପାଳ,୨୧/୧: ଭାଜପାକୁ ହରାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳରୁ ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାଁ କଂଗ୍ରେସ ଟିକେଟରେ ଲଢ଼ିବେ। ଏନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଯୋଜନା। ଭୋପାଳ ସହିତ ନବାବ୍ ପଟୌଦୀଙ୍କର ରହିଛି ପୁରୁଣା ସମ୍ପର୍କ। ସେହିପରି ଶୈଫ୍ ଅଲ୍ଲୀ ଖାଁଙ୍କର ଏଠାରେ ଭଲ ଲୋକସମ୍ପର୍କ ରହିଛି। ଅପର ପକ୍ଷରେ କରିନା ଜଣେ ମହିଳା ହୋଇଥିବାରୁ ସେ ମହିଳା ଭୋଟରଙ୍କୁ ବଶେ୍ ପ୍ରଭାବିତ କରିପାରିବେ ବୋଲି କଂଗ୍ରେସ ନେତା ଚିନ୍ତା କରୁଛନ୍ତି। ଏହି ଆସନରେ ଦୀର୍ଘ ଦିନ ଧରି ଭାଜପାର ଅକ୍ତିଆର ରହିଛି। ଏଠାରେ ୧୯୮୯ଠାରୁ ଭାଜପା ପ୍ରାର୍ଥୀ ବିଜୟ ହୋଇ ଆସୁଛନ୍ତି।