ନୂଆଦିଲ୍ଲୀ,୧୮/୨: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ଲଢିବେ। ଦୁଇ ପାର୍ଟି ମଧ୍ୟରେ ସିଟ୍ ବଣ୍ଟନ ନେଇ ସହମତି ପ୍ରକାଶ ପାଇଛି। ବିଜେପି ୨୫ ଓ ଶିବସେନା ୨୩ ଲୋକସଭା ସିଟରେ ନିର୍ବାଚନ ଲଢିବେ। ଏହି ପରି ବିଧାନସଭା ନିର୍ବାଚନରେ ଦୁଇ ପାର୍ଟି ବରବାର ସିଟରେ ଲଢିବେ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ ଶିବସେନା ପ୍ରମୁଖ ଉଦ୍ଧର ଠାକରେଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହାର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିଟ୍ ବଣ୍ଟନ ପୂର୍ବରୁ ଦୁଇ ପାର୍ଟି ମଧ୍ୟରେ ରାମ ମନ୍ଦିର ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ରାମ ମନ୍ଦିର ପ୍ରସଙ୍ଗରେ ବିଜେପି ଓ ଶିବସେନା ମଧ୍ୟରେ ଗୋଟିଏ ବିଚାର ରହିଛି।