ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଶାଓମି ଯାନ୍ତ୍ରିକ ଉପକରଣକୁ ଜୀବନଶୈଳୀରେ ବ୍ୟବହୃତ ଉପକରଣ କରିବାରେ ପ୍ରୟାସ କରିଛି । ଏହାଦ୍ୱାରା କମ୍ପାନୀ ମି ମେନ୍ସ୍ ସ୍ପୋର୍ଟସ୍ ସୁଜ୍ ୨ ଲଞ୍ଚ କରିଛି । ଏହି ସ୍ମାର୍ଟ ଜୋତାର ମୂଲ୍ୟ ୨୪୯୯ ଟଙ୍କା ରହିଛି । କିନ୍ତୁ ଏହାର ବିକ୍ରି ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ମି ମେନ୍ ସ୍ପୋର୍ଟସ୍ ସୁଜ୍ ଟୁରେ ପରଫର୍ମାନ୍ସ ଓ ଷ୍ଟାଇଲ୍କୁ ବିଶେଷ ରୂପେ ଧ୍ୟାନ ଦିଆଯାଇଛି । ଜୋତାଟିକୁ ୱାନ୍ ୟୁନି ମୋଲïିଙ୍ଗ ପ୍ରୋସେସରେ ପ୍ରସ୍ତୁତ କରାଯାଇଛି । ଯାହା ଜୋତାକୁ ବିଦୁ୍ୟତ୍ ନିରୋଧୀ, ଦୀର୍ଘସ୍ଥାୟୀ ଓ ଖସଡା ନିୟନ୍ତ୍ରଣକୁ ଧ୍ୟାନ ରଖି ପ୍ରସ୍ତୁତ କରାଯାଇଛି । ଫଳରେ ଦୁର୍ଘଟଣା ସମୟରେ ମୋଡି ହୋଇପଡିବାର ଭୟ କମ୍ ରହିଥାଏ । ଜୋତାକୁ ୱାଶେବଲ୍ ମେଶ୍ ଫ୍ରେବିକ୍ରେ ପ୍ରସ୍ତୁତ କରାଯାଇଛି ଯାହାକୁ ଧୋଇବାରେ କୌଣସି ସମସ୍ୟା ହେବନାହିଁ । ପ୍ରଥମତଃ ଏହା ତିନିଟି ରଙ୍ଗର ରହିଛି, ଯେପରିକି- କଳା, ସବୁଜ ଓ ନୀଳ ।