ଶ୍ରୀମନ୍ଦିର ସଂସ୍କାର ପାଇଁ ରଞ୍ଜିତ କୁମାର ନୂଆ ଆମିକସ୍‌ କିଉରି

ଭୁବନେଶ୍ୱର, ୯/୧: ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ୍‌ ରଞ୍ଜିତ କୁମାରଙ୍କୁ ଆଜି ଶ୍ରୀମନ୍ଦିରର ନୂଆ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ପୂର୍ବରୁ ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦ ଖାଲି ପଡ଼ିଥିଲା । ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏ.କେ ଶିକ୍ରି, ଜଷ୍ଟିସ୍‌ ଏମ୍‌.ଏ ଶାହ ଓ ଜଷ୍ଟିସ୍‌ ଅବଦୁଲ ନାଜିରଙ୍କୁ ନେଇ ଗଠିତ ବେଞ୍ଚ୍‌ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍‌ କ୍ୟୁରି ଘୋଷଣା କରିଛନ୍ତି ।