ଭାରତର ସଂସ୍କୃତି ରହସ୍ୟରେ ଭରି ରହିଛି ଏବଂ ଏଠାରେ ଥିବା ପ୍ରତିଟି ମନ୍ଦିର ପଛରେ ଥିବା ରହସ୍ୟ ଏକ କାହାଣୀ ହୋଇ ରହିଛି । ବହୁ ପ୍ରନିତତ୍ୱବୀତ୍ ମାନେ ଏହାର ପଛରେ ଥିବା ରହସ୍ୟ ଜାଣିବା ପାଇଁ ଦିନରାତି ବହୁ କଷ୍ଟ କରିଥାନ୍ତି । ଆଜି ଆମେ ଜଣାଇବୁ ଏପରି ଏକ ରହସ୍ୟଭରା ଶିବ ମନ୍ଦିର ସମ୍ପର୍କରେ, ଯାହା ଆରବ ମହାସାଗରର କୂଳରେ ଅବସ୍ଥିତ । ଗୁଜୁରାଟର ଭାବନଗରରେ ଏହି ମହାଦେବ ମନ୍ଦିର ରହିଛି । ତେବେ ମନ୍ଦିର ଭାବନଗରଠାରୁ ୩ କି.ମି ଦୂରରେ ଅବସ୍ଥିତ । ଏଠାରେ ଆରବ ସାଗରର ବିଶାଳ ଢ଼େଉ ଶିବ ଲିଙ୍ଗକୁ ଜଳାଭିଶେକ କରିଥାଏ । ଯାହା ଦେଖିବାକୁ ବେଶ୍ ରୋମାଞ୍ଚକର । ତେବେ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପାଦରେ ଚାଲି ଏହି ମନ୍ଦିର ଦର୍ଶନ କରିବାକୁ ପଡିଥାଏ । ଦୂରରୁ ଦେଖିଲେ କେବଳ ମନ୍ଦିରର ପତାକା ହିଁ ଦେଖାଯାଏ, କିନ୍ତୁ ମନ୍ଦିରର ନିକଟତର ହେଲେ ଏହି ମନ୍ଦିରର ଅତ୍ୟନ୍ତ ସୁନ୍ଦର ରୂପ ଦେଖିବାକୁ ମିଳିଥାଏ । ତେବେ ଏହି ମନ୍ଦିରରେ ପାଞ୍ଚଟି ଲିଙ୍ଗ ରହିଛି, ଯାହର ପଛରେ ଏକ ପୌରାଣିକ କାହାଣୀ ଲୁଚି ରହିଛି । ମନ୍ଦିରର ଇତିହାସ ମହାଭାରତ ସହ ଯୋଡାଯାଇଛି । ଶୁଣିବାକୁ ମିଳେ ମହାଭାରତ ଯୁଦ୍ଧ ସରିବାପରେ ପାଣ୍ଡବ ବହୁତ ଦୁଃଖୀ ଥିଲେ । ନିଜର ପରିବାର ପରିଜନଙ୍କୁ ହତ୍ୟା କରିଥିବାରୁ ସେ ପ୍ରାୟଶ୍ଚିତ ସ୍ୱରୁପ ଏହିଠାରେ ପାପରୁ ମୁକ୍ତି ପାଇଁ ତପ କରିଥିଲେ । ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ପାଞ୍ଚ ପାଣ୍ଡବଙ୍କୁ ଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ । ସେହି ଦିନଠାରୁ ସେଠାରେ ଏହି ପଞ୍ଚଲିଙ୍ଗ ମନ୍ଦିର ରହିଛି ।