* ଗୋଲମରିଚକୁ ଗୋଟିଏ ଛୁଞ୍ଚିରେ ଫୋଡ଼ି ନିଆଁରେ ଜଳାଇ ତା’ର ଧୂଆଁକୁ ନାକ ପାଖରେ ଧରି ନାକବାଟେ ତାହା ଟାଣିଲେ ମୁଣ୍ଡବିନ୍ଧା ଦୂର ହୁଏ ।
* ଲୁଣ ଓ ଗୋଲମରିଚ ଚୂର୍ଣ୍ଣରେ ଦାନ୍ତ ଘଷିଲେ ଅନେକ ପ୍ରକାର ଦାନ୍ତରୋଗ ଦୂର ହୋଇଥାଏ ।
* ଗଳାରେ ‘ଘା’, ଘଣ୍ଟିକା ବଢ଼ିବା ରୋଗରେ ଗୋଲମରିଚ ଚୂର୍ଣ୍ଣ ଓ ଲୁଣକୁ ପାଣିରେ ପକାଇ ଗରମକରି, ଉଷୁମ ଥାଉଁ ଥାଉଁ ଦିନରେ ଦୁଇ ତିନି ଥର କୁଳୁକୁଞ୍ଚା କଲେ ଘଣ୍ଟିକା ପ୍ରଭୃତି ଗଳାରୋଗ ନିବାରିତ ହୋଇଥାଏ ।
* ପିଆଜ, ଗୋଲମରିଚ ଓ ଲୁଣକୁ ଏକତ୍ର ଶିଳରେ ବାଟି ମୁଣ୍ଡରେ ଲେପନ କଲେ ଚନ୍ଦାମୁଣ୍ଡରେ କେଶ ଉଠିଥାଏ ।
* ସାତଟି ଗୋଲମରିଚ, ସାତଟି ଗଙ୍ଗଶିଉଳି ପତ୍ରକୁ ଏକତ୍ର ବାଟି ଦିନରେ ୩ ଥର (ସକାଳେ, ମଧ୍ୟାହ୍ନରେ ଓ ସନ୍ଧ୍ୟାରେ) ୩ ଦିନ ପିଇଲେ ଅଣ୍ଟା ଧରା ଭଲ ହୋଇଥାଏ । (ତିନି ଥରରେ ୨୧ଟି ଗୋଲମରିଚ ଓ ୨୧ଟି ଗଙ୍ଗଶିଉଳି ପତ୍ର) ।
Prev Post
Next Post