ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

ଭୁବନେଶ୍ୱର, ୦୮/୧୦ : ଚାରି ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦପାଳନ ହେବ। ହେଲେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି।MMDR ବିଲ୍ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି ସହ ବହିତ୍ରୁଟିକୁ ନେଇ ବନ୍ଦ ପାଳନ କରାଯାଉଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍‌ର ପ୍ରଭାବ ଭୁବନେଶ୍ୱର ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ ଅନୁଭୂତ। CPIM ଓ JMM କର୍ମୀଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ବନ୍ଦ ପାଳନ। ଜାତୀୟ ରାଜପଥରେ ଅଟକିଛି ଶହ ଶହ ଗାଡ଼ି ମୋଟର। ପଟ୍ଟାସାହିରେ ମାଲ୍‌ବାହୀ ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ।

ସେହିପରି ବିନିକାରେ କଂଗ୍ରେସ କର୍ମୀଙ୍କ ପିକେଟିଂ, ଟାୟାର ଜାଳି NH ଅବରୋଧ। କଲେଜ ଛକରେ ଏନ୍ଏଚ୍‌ ୧୨୬ (A) ଅବରୋଧ। ଉଭୟ ପାର୍ଶ୍ବରେ ଅଟକିଛି ଶହ ଶହ ଗାଡ଼ି ମୋଟର। ସୋନପୁର, ସମ୍ବଲପୁର, ବଲାଙ୍ଗିର, ବରଗଡ଼କୁ ଗମନାଗମନ ଠପ୍ ହୋଇଛି। ଆଜି ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ହସ୍ପିଟାଲ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଆମ୍ବୁଲାନ୍‌ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ୟାନ୍ୟ ଜରୁରି ସେବା ଓ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ବାଧା ଦିଆଯିବ ନାହିଁ।