ନୂଆଦିଲ୍ଲୀ, ୦୮/୧୦ : ବଲିଉଡ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ । ୭୫ ବର୍ଷ ବୟସରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଗୋଆସ୍ଥିତ ତାଙ୍କ ଘରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ନାନା ପାଟେକରଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ସକାଳେ ବାସଭବନରେ ହୃଦ୍ଘାତ ହୋଇଥିଲା । ୪୫ ମିନିଟ୍ ଧରି କ୍ରମାଗତ ଭାବେ ସିପିଆର୍ (CPR) ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ । ଘଟଣାକୁ ନେଇ ଏକ ମେଡିକୋ-ଲିଗାଲ୍ କେସ୍ (MLC) ରୁଜୁ କରାଯାଇଛି ଏବଂ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ମଣିପାଲ ହସ୍ପିଟାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର କହିଛନ୍ତି । ନାନା ପାଟେକରଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ହିନ୍ଦୀ ଓ ମରାଠୀ ସିନେମାରେ ଦଶନ୍ଧି ଧରି ନିଜ ଦମଦାର ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନାନା ପାଟେକର ।