ଓଡ଼ିଶାରେ ଆଜି ନୂଆ ୧୭୪ କରୋନା ପଜିଟିଭ, ୪୫୧୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୮/୬: ଓଡ଼ିଶାରେ ଆଜି ଆଉ ୧୭୪ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ୪୫୧୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ୫୬ଜଣ, କେନ୍ଦୁଝରରୁ ୫ଜଣ, ଯାଜପୁରରୁ ୯ଜଣ, ନବରଙ୍ଗପୁରରୁ ୭ଜଣ, ଖୋର୍ଦ୍ଧାରୁ ୧୦ଜଣ, କୋରାପୁଟରୁ ୬ଜଣ, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଏ, ବାଲେଶ୍ୱରରୁ ୩୪ଜଣ, କଳାହାଣ୍ଡିରୁ ୬ଜଣ, କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏ, ବୌଦ୍ଧରୁ ୨ଜଣ, ପୁରୀରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୭ଜଣ ଓ ବରଗଡ଼ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।