ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ। ଏବର୍ଷ କଳାରେ ପାସ୍ ହାର ୬୮.୭୯{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ରହିଥିବାବେଳେ, ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି। ଗତବର୍ଷ ୭୦.୧୭{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ପିଲା ପାସ୍ କରିଥିଲେ। ମାତ୍ର ଜଣେ ପରୀକ୍ଷାର୍ଥୀ ୯୦{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ନମ୍ବର ରଖିଛନ୍ତି।
ଏଥର କଳାରେ ୨, ୩୦, ୨୦୬ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଜଣ ଛାତ୍ରଛାତ୍ରୀ। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯, ୯୯୩ ପିଲା। ଦ୍ୱିତୀୟ ଶ୍ରେଣୀରେ ୨୬, ୦୭୬ ଜଣ ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧, ୧୨, ୧୪୩ ଜଣ ପାସ୍ କରିଛନ୍ତି। ପୁରୀ ଜିଲ୍ଲାରେ ପାସ୍ ହାର ସବୁଠୁ ଅଧିକ ରହିଛି। ଏଠାରେ ପାସ୍ ହାର ୭୯.୮୭ ପ୍ରତିଶତ ରହିଛି। ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୪୭.୫୮{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ରହିଛି।