ସେଲ୍ଫି ଯୁଗରେ ଯଦି ଜଣେ ତା’ ପରିବାର ପ୍ରତିପୋଷଣ କରୁଛି । ସେହି ସାଧାରଣ ମଣିଷର ଜୀବନୀକୁ ନେଇ ତିଆରି କରାଯାଇଛି ଫିଲ୍ମ ‘ଫଟୋଗ୍ରାଫ’ । ମୁମ୍ବାଇର ଗେଟ୍େୱ ଅଫ୍ ଇଣ୍ଡିଆ (ଇଣ୍ଡିଆ ଗେଟ୍)କୁ ଦେଖିବା ପାଇଁ ଆସଥିବା ପର୍ଯ୍ୟଟକଙ୍କ ଫଟୋ ଉଠାଇ ରଫୀକ ଦି ପଇସା ରେଗଗାର କରେ । ଫିଲ୍ମର ଆଉ ଗୋଟିଏ ଚରିତ୍ର ମିଲୋନୀ ଯେ ଅଭିନୟ କରିବାକୁ ଚାହୁଁଛି ହେଲେ କୌଣସି କାରଣ ବସତଃ ସେ ଅଭିନୟରେ କ୍ୟାରିୟର କରିପାରୁ ନାହିଁ । ରଫୀକ ଓ ମିଲୋନୀଙ୍କ ଦେଖାସାକ୍ଷାତ ହୁଏ ଓ ସେମାନେ ଭଲ ବନ୍ଧୁ ପାଲଟି ଯାନ୍ତି । ଦିନେ ରଫୀକର ଯେଯେମା’ ରଫୀକର ବିବାହ ପାଇଁ ଜିଦ୍ଦି କରନ୍ତି । ଯେଯେମା’ର ଜିଦ୍ଦିରେ ରଫୀକ ବ୍ୟସ୍ତ ହୋଇ ତାଙ୍କୁ ମିଲୋନୀର ଫଟୋ ଦେଖେଇଦିଏ । ମିଲୋନୀର ଫଟୋ ଦେଖି ରଫୀକର ଯେଯେମା’ ପୁରା ଖୁସି ହୋଇ ପଡିଛନ୍ତି । ରଫୀକ୍ ଓ ମିଲୋନୀ ଭିତରେ ଥିବା ବନ୍ଧୁତା ପ୍ରେମର ରୂପ ନିଏ । ଏମାନଙ୍କ ପ୍ରେମର ରେଳ ଧିରେ ଧିରେ ଚାଲିବା ଯୋଗୁଁ ଏମାନଙ୍କ ପ୍ରେମର ବତୀ ଟିକେ ଡେରିରେ ଜଳୁଛି । ଫିଲ୍ମରେ ରଫୀକ୍ ଚରିତ୍ରରେ ନବାଜୁଦ୍ଦୀନ ଅଭିନୟ କରିଥିବାବେଳେ ମିଲୋନୀ ଚରିତ୍ରରେ ଅଭିନୟ କରିଛନ୍ତି ସାନ୍ୟା ମଲହୋତ୍ରା । ସେପଟେ ରଫୀକର ଯେଯେମା’ ଚରିତ୍ରରେ ଅଭିନୟ କରିଛନ୍ତି ଫାରୁଖ ଜାଫର । ରିତେଶ ବତ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ରିତେଶ ବିଦେଶରେ ରହୁଥିବା କାରଣରୁ ନିଜ ମାତୃଭୂମି ପ୍ରତି ତାଙ୍କ ମନରେ ରହିଛି ଅଗଢ଼େ ପ୍ରେମ ଯାହାକୁ ସେ ଫିଲ୍ମ ଜରିଆରେ ଲୋକଲୋଚନକୁ ଆଣନ୍ତି । ଫିଲ୍ମ ‘ଫଟୋଗ୍ରାଫ’ ପୂର୍ବରୁ ରିତେଶ ଲଞ୍ଚ ବକ୍ସ ଜରିଆରେ ଜଣେ ସାଧାରଣ ମଣିଷର କାର୍ଯ୍ୟକଳାପକୁ ବଡ଼ ପରଦାରେ ଦେଖାଇ ସାରିଛନ୍ତି । ଜଣେ ସାଧାରଣ ମଣିଷ ଚରିତ୍ରକୁ ନିଚ୍ଛକ ଭାବେ ପରାଦାରେ ଦେଖାଇଛନ୍ତି ନବାଜୁଦ୍ଦୀନ ।
