ଯୋଗୀ ସରକାରଙ୍କୁ ପୂରିଲା ୨ବର୍ଷ

ଲକ୍ଷ୍ନୌ,୧୯/୩: ଉତ୍ତର ପ୍ରଦେଶର ଭାଜପା ଶାସିତ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପୂରିଛି ୨ ବର୍ଷ। ଏହି ଶାାସନ କାଳ ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ପିଛା ଛାଡିନି ବିବାଦ। ସବୁଠାରୁ ଅଧିକ ପ୍ରାୟ ୩ ହଜାର ଏନକାଉଣ୍ଟର କରିଥିବା ଯୋଗୀ ସରକାର କିନ୍ତୁ ସବୁଠାରୁ ଅଧିକ ମିଥ୍ୟା ଏନକାଉଣ୍ଟର କରିଥିବା ଅଭିଯୋଗ ହୋଇଥିଲା। କାରଣ ଏହି ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ କି ସେମାନଙ୍କୁ ପୋଲିସ ହତ୍ୟା କରିଛି। ସେହିପରି ବୁଲନ୍ଦସର ହିଂସା, ଆପଲ ଅଧିକାରୀଙ୍କୁ ହତ୍ୟା ଓ କାସଗଞ୍ଜ ହିଂସା ଭଳି ଘଟଣା ଯୋଗୀ ସରକାରଙ୍କ ସମୟରେ ହୋଇଥିବାରୁ ଲକ୍ଷ୍ନୌରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କୁହାଯାଏ।