କନ୍ଧମାଳ ଲୋକସଭା ଆସନରୁ ବିଜେପିର ଖାରବେଳ ସ୍ୱାଇଁଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର,୨୬/୩ : ଭାରତୀୟ ଜନତା ପାର୍ଟିରେ ସୋମବାର ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ମନୋଜ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ସୋମବାର ବିଜେଡି ପକ୍ଷରୁ ଅଚ୍ୟୁତ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଅଙ୍ଗଦ କହଁର ନାମାଙ୍କନ କରିଥିବା ବେଳେ କଂଗ୍ରେସ ପକ୍ଷରୁ କିଶୋର କହଁର ନାମାଙ୍କନ କରିଛନ୍ତି। ସେହିପରି ଏହି ଆସନ ପାଇଁ ବିଜେପିରୁ ଦେବ ନାରାୟଣ ପ୍ରଧାନ ନାମାଙ୍କନ କରିଛନ୍ତି। ବାଲିଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ ନାମାଙ୍କନ କରିଛନ୍ତି। ଉଦୟଗିରିରୁ ଅର୍ଚ୍ଚନା ପ୍ରଧାନ ନାମାଙ୍କନ କରିଛନ୍ତି। ଏହି ଆସନ ପାଇଁ ଶ୍ୟାମଘନ ପ୍ରଧାନ ଓ ଜାକବ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି।

SBI_Festive_Digital Billboard