ମହାକାଳପଡ଼ା, ୦୩/୧୧ : ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ସୋମବାର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି l ଟିକରପଙ୍ଗା ପଂଚାୟତସ୍ଥ ନଳଦିଆ ଗଡା ଠାରୁ ଦଳୀୟ କର୍ମୀ ଙ୍କ ସହିତ ଶୋଭାଯାତ୍ରା ରେ ଆସି ନଳଦିଆ ଶାସନ ନୂତନ ପ୍ରାଣୀଚିକିତ୍ସା କେନ୍ଦ୍ର ନୂତନ ଗୃହ ଉଦଘାଟ୍ସନ କରିଥିଲେ l ଉଦ୍ଘାଟନ ସମୟରେ ଛାମୁଆ କର୍ମୀ ଓ ପ୍ରାଣୀଚିକିତ୍ସକ ଆଦି ଉପସ୍ଥିତ ଥିଲେ l ପରେ ପରେ ଗ୍ରାମେଶ୍ବର ନୋଡାଲ ବିଦ୍ୟାପୀଠ,ନଳଦିଆ ଶାସନ ପରିସର ରେ ଆୟୋଜିତ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ -୨୦୨୬ ରେ ସାମିଲ ହୋଇଥିଲେ lମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ ସାହୁ ଓ ସ୍ଥାନୀୟ ପଂଚାୟତ ପ୍ରମୁଖ ଦିଲ୍ଲୀପ ପରିଡା ଆଦି ମଂଚାସୀନ ଥିଲେ l ସହଯୋଗୀ ଭାବେ ବିଆରସିସି ଅକ୍ଷୟ କୁମାର ମହାପାତ୍ର ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅରୁନ୍ଧତୀ ମଲ୍ଲ,ଶିକ୍ଷକ ବିଦୁ ଭୂଷଣ ମଲ୍ଲିକ ଆଦି ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଛାତ୍ର /ଛାତ୍ରୀ ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଙ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ପ୍ରତିଯୋଗିତା ତ୍ୱରାନ୍ନୀତ ହୋଇଥିଲା l ତର୍କ, ବିତର୍କ ସୃଜନୀ କଳା, ସଂସ୍କୃତି କଳା,ଚିତ୍ରାଙ୍କନ ଓ ନୃତ୍ୟ ସମେତ ୧୨ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ଚଇତି ଘୋଡା ଓ ରଙ୍ଗ ବତୀ ର ଗ୍ରୁପ ଡ୍ୟାନ୍ସ ରେ ଶିଶୁ କଳାକାର ମାନେ ମଞ୍ଚ ଦୁଲୁକାଇ ଦେଇଥିଲେ l ଗାଁ ଗାଉଁଲି ପିଲା ହୋଇବି ନୃତ୍ୟ ରେ ନିପୁଣତା ନେଇ ମୁଖ୍ୟ ଅତିଥି ବେଶ ଖୁସି ବ୍ୟକ୍ତ କରିଥିଲେ l ପୂର୍ବାହ୍ନ କିଛି ଆଇଟମ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ରେ ଆହୁରି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ସମନ୍ୱୟ ସମିତି ସଭାପତି ଅଶୋକ ମହାପାତ୍ର,, ଅମୀୟ ଚୌଧୁରୀ ଓ ଉପଦେଷ୍ଟା ରମେଶ ସାହାଣୀ ଶିଶିର ଦାସ, ସରୋଜ ପାଇଟାଳ ମନୋଜ ନନ୍ଦ, ନିର୍ମଳ ଆଚାର୍ଯ୍ୟ ବିଭିନ୍ନ କ୍ଲଷ୍ଟର ର ସିଆରସିସି ମାନେ ଉପସ୍ଥିତ ଥିଲେ l ଅନୁକୂଳ ପାଗ ସତ୍ୱେ ମହୋତ୍ସବ ରେ ଉପସ୍ଥିତ ୨୦କ୍ଲଷ୍ଟର ରୁ୫୨୦ ଛାତ୍ର /ଛାତ୍ରୀ ଓ ଅଭିଭାବକ ମାନଙ୍କ ଉତ୍ସାହ ଉଦ୍ଦୀପନା କୁ ସ୍ୱାଗତ ଜଣାଇ ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ l ଏପରିକି ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ବୋଲି ସମ୍ବୋଧନ କରିବା ସହିତ ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା କୁନି ପ୍ରତିଭା ଅନ୍ୱେଷଣ ର ଏହା ଏକ ଅଭିନଵ ପ୍ଲାଟଫର୍ମ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ lରାଜ୍ୟ ଗଣ ଶିକ୍ଷା ବିଭାଗ ର ଏପ୍ରକାର ଉଦ୍ୟମ କୁ ତାରିଫ କରି କହିଲେ କି କ୍ଲଷ୍ଟର ସ୍ତର ର କୃତି ପ୍ରତିଯୋଗୀ ମଣ୍ଡଳ ସ୍ତର କୁ ମନୋନୀତ ହୋଇ ଛନ୍ତି l ଆଜି ର ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କାରି ମାନେ ଜିଲ୍ଲା ସ୍ତର କୁ ମନୋନୀତ ହେବେ ଏବଂ ଈଶ୍ୱର ଙ୍କ କୃପା ରହିଲେ ରାଜ୍ୟ ସ୍ତର ପ୍ରତିଦ୍ବନ୍ଦିତା ରେ ନିଜର ପରାକାଷ୍ଠା ଦେଖାଇ ବିଜୟ ହାସଲ କରିବେ l ଯାହାକି ନିଜ ପରିବାର, ଗାଁ ସ୍କୁଲ, ବ୍ଲକ ଓ ଜିଲ୍ଲା ପାଇଁ ଗୌରବ ଆଣିବ ବୋଲି ମତ ପୋଷଣ କରିଥିଲେ l ଅପରାହ୍ନ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ବିଡ଼ିଓ ମନୋଜ ନାୟକଉପସ୍ଥିତ ରହି କୃତି ଛାତ୍ର /ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି l