ପଦ୍ମ ଧରିଲେ ଅଭିନେତ୍ରୀ ବିଦୁସ୍ମିତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୨୮/୩ : ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିରେ ମିଶ୍ରଣ ପର୍ବ କ୍ରମାଗତ ଜାରି ରହିଛି। ବିଗତ ଦିନରେ ଅନେକ ବିଧାୟକ, ସାଂସଦ, ନେତାଙ୍କ ଯୋଗ ଦାନ ପରେ ଏହି କ୍ରମରେ ଆଜି ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ ମଧ୍ୟ ପଦ୍ମ ଧରିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ , ସିନେ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ,ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ଡା. ଦାମୋଦର ରାଉତ, ବିଜୟ ମହାପାତ୍ର, ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ନୂତନ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ଦଳରେ ସ୍ଵାଗତ କରାଯାଇଛି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଏବଂ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

SBI_Festive_Digital Billboard