ମହାକାଳପଡ଼ା, ୧୦/୦୮ : ଦେଶବାସୀ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ଦେଶର ଜାତୀୟତା, ଐକତା,ଅଖଣ୍ଡତା ସୁରକ୍ଷା ପାଇଁ ସାଧାରଣ ଜନତା ଙ୍କ ମନରେ ଦେଶାପ୍ରେମ ଭାଵ ଜାଗ୍ରତ ନେଇ କେନ୍ଦ୍ରସରକାରଙ୍କ ତରଫରୁ ୯ ରୁ ୧୭ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି lଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ଅଧୀନ ପସ୍ତା ଠାରୁ ରାଜଗଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରବିବାର କ୍ରାନ୍ତି ଦିବସ ଅବସର ରେ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଭାଜପା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ,ଜିଲ୍ଲାପାଳ ରଘୁରାମ.ଆର. ଆୟାର,ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ବିଇଓ କୈଳାସ ଦଳାଇ,ଆଦି ଯୋଗ ଦେଇଥିଲେ l ପ୍ରଶାସନିକ ଅଧିକାରୀ, ନେତୃ ମଣ୍ଡଳୀ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଶତାଧିକ ମହିଳା ଗୋଷ୍ଠୀ ସଭ୍ୟା ମନେ ଜାତୀୟ ପତାକା ଧରି ଦେଶାତ୍ମକ ବୋଧକ ସ୍ଲୋଗାନ ରଖି କୁହୁଡି ପଂଚାୟତ ଠାରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ବାହାରିଥିଲେ l ଯିବା ବାଟରେ ଅଙ୍ଗୁଳାଇ,କୁହୁଡି ଓ ରାଜଗଡ଼ ପଂଚାୟତ ର ମହିଳା ଓ ପୁରୁଷ ମାନେ ଶୋଭାଯାତ୍ରା କୁ ଉଚ୍ଛସିତ ସ୍ୱାଗତ କରିଥିଲେ lଉଭୟ ମହାକାଳପଡ଼ା ଓ ମାର୍ଶାଘାଈ ବ୍ଲକ ର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ବେଶ ସଫଳ କରିଥିଲେ l ଶାନ୍ତି ଶୃଙ୍ଖଳା ନେଇ ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକ ଓ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ ସହଯୋଗୀ କର୍ମଚାରୀ ମାନଙ୍କ ସହିତ ସାମିଲ ଥିଲେ l ସହଯୋଗୀ ଭାବେ ମହାକାଳପଡ଼ା ବ୍ଲକ ର ଜୋନ ସଭାପତି ପବିତ୍ର ଚୌଧୁରୀ, ତ୍ରିଲୋଚନ ରାଉତ, ପ୍ରଶାନ୍ତ ବେହେରା, ମାନସ ମହାନ୍ତି, ସୌବାଲ୍ୟ ବାହାଲିଆ, ସମିତି ସଭ୍ୟ ରଞ୍ଜନ ଚୌଧୁରୀ, ଅଲେଖ ପ୍ରଧାନ, ପ୍ରତାପ ଦାସ ଓ ସରୋଜ ପରିଡା,କୃଷ୍ଣପଦ ମଣ୍ଡଳ ସତ୍ୟବ୍ରତ ବେହେରା ସରପଞ୍ଚ ପ୍ରଜ୍ଞା ପାରମିତା କର , ମିଲନ ଦେବନାଥ, ବିଦ୍ୟାଧର ସ୍ୱାଇଁ ଏବଂ ଜିଲ୍ଲା ଭାଜପା କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ସେଠୀ,ଅମିତାଭ ସୁଆର, ରାଜ୍ୟ ପରିଷଦ ସଭ୍ୟ କୁମର କାନ୍ତ ମହାନ୍ତି ଆଦି ଯୋଗ ଦେଇଥିଲେ l ଦେଶର ଜନପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ପାଳନ ଅବସର ରେ ସପ୍ତାହ ବ୍ୟାପି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସହିତ ସବୁରି ଘରେ ତ୍ରିରଙ୍ଗା ଉଡିବା ର ପ୍ରୟାସ ଯୁବ ପିଢ଼ି ଙ୍କ ମଧ୍ୟରେ ଦେଶାତ୍ମବୋଧକ ସୃଷ୍ଟି କରିବାକୁ ସାଧାରଣ ରେ ବୁଦ୍ଧିଜୀବୀ ମାନେ ଭୂଇୟସୀ ପ୍ରଶଂସା କରିଛନ୍ତି l