ଭୁବନେଶ୍ୱର, ୨୬/୧୨ : ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ରପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବେଦପାଠ ଓ ଡିଏଭି ଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀ ପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀଙ୍କୁ ବହୁସଂଖ୍ୟାରେ ପରିଷଦ ସହିତ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ। ପୁରାତନ ଛାତ୍ରସଂଘର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ୨୦୨୬ରେ ପାଳନ ହେବାକୁ ଥିବା ଏହି ପରିଷଦର ରଜତ ଜୟନ୍ତୀ ଉତ୍ସବ ଛାତ୍ର ଓ ଯୁବଶକ୍ତି ପାଇଁ ହେଉ ଅପୂର୍ବ ମହମିଳନର ପର୍ବ ।
ଜାତୀୟସ୍ତରରେ ବିଦ୍ୟାଳୟ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିବା କଥା ତୁମ ପାଇଁ ଗୌରବର ବିଷୟ।ଦେଶ ଓ ସମାଜ ଗଠନରେ ନିଜକୁ ନିୟୋଜିତ କରି ନିଜ ତଥା ବିଦ୍ୟାଳୟ ପାଇଁ ନୂଆ କୀର୍ତ୍ତି ସୃଷ୍ଟି କରିବାକୁ ସେ ପୁରାତନ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ସଂଘର ଉପ- ସଭାପତି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠପତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ୨୦୧୦ରୁ ୨୦୨୩ ପର୍ଯ୍ୟନ୍ତ ପ୍ରତିବର୍ଷ ପାଇଁ ଜଣେ ଲେଖାଏଁ ଛାତ୍ରପରିଷଦର ସଂଯୋଜକ ପ୍ରତିନିଧିଦାୟିତ୍ଵ ଅର୍ପଣକ ରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ୍ଜୁନିଅର୍ଦୁଇର ବିଜୟିନୀ ଅନନ୍ୟା ଶ୍ରୀତମ ନନ୍ଦ ,ଇଣ୍ଡିଆନ ଆଇଡଲ୍ଜୁନିଅର– ୧୩ରେ ଶୀର୍ଷ ସୋପାନରେ ଉପନୀତ ୪୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ରାଜୀବ ଲୋଚନ ଦାଶ ,ଓଡ଼ିଆ ସାରେଗାମାପାର ବିଜୟିନୀ ତନୁଶ୍ରୀ ଜେନାଙ୍କ ପରି ଅନେକ ଖ୍ୟାତନାମା କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ହୃଦୟସ୍ପର୍ଶୀ ସଙ୍ଗୀତ ପରିବେଷିତ ହୋଇଥିଲା।ପରିଶେଷରେ ଅଧିକାଂଶ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମନ୍ୱିତ ନୃତ୍ୟାଭିନୟ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।
