ଅର୍ଶରୁ ଦୂରେଇ ରଖେ ଏହି ଶାଗ

0

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଅର୍ଶ ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣେଇଲେ ଏଥିରେ ସୁଫଳ ମିଳିଥାଏ। ପ୍ରତିଦିନ ବଥୁଆ ଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରି ନାନା ପ୍ରକାର ପେଟ ସମସ୍ୟାରୁ ମୁକ୍ତି ଦେବା ସହିତ ଅର୍ଶରୁ ଦୂରେଇ ରଖିଥାଏ। ବଥୁଆ ଶାଗରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଭିଟାମିନ୍‌-ଏ, ପ୍ରୋଟିନ୍‌,ଭିଟାମିନ୍‌-ସି, କ୍ୟାଲସିୟମ୍‌ ଫସଫରସ୍‌, ପୋଟାସିୟମ୍‌, ଆଇରନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ। ମୁଣ୍ଡରେ ଉଙ୍କୁଣୀ ହେଲେ ବଥୁଆ ଶାଗ ବାଟି ଲଗାଇଲେ ସୁଫଳ ମିଳିଥାଏ।

 

Leave A Reply

Your email address will not be published.