ବୃଷ ରାଶିରେ ଶୁକ୍ର ଗୋଚର : ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

ଶୁକ୍ର ପ୍ରାୟ ୧ ବର୍ଷ ପରେ ନିଜ ରାଶି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜୁନ୍‌ ୨୯ ତାରିଖ ଦ୍ୱିପ୍ରହର ୨ଟା ୧୭ ମିନିଟରେ ବୃଷ ରାଶିରେ ପ୍ରବେଶ କରିବେ । ଏହା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁକ୍ରଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଧନ ବର୍ଷା କରିବେ । ରାଜାଙ୍କ ଭଳି ଏମାନେ ନିଜ ଜୀବନ ଅତିବାହିତ କରିବେ ।

ବୃଷ : ଶୁକ୍ରଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି ପ୍ରାପ୍ତି ହେବ । ହଠାତ୍‌ ଧନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଚାକିରିରେ ଶୁଭଫଳ ମିଳିବା ସହ ପଦନ୍ନୋତି ହେବ । ବ୍ୟବସାୟରେ ବଡ ଲାଭ ମିଳିବ ।

କନ୍ୟା : ଏହି ରାଶି ବ୍ୟକ୍ତିଙ୍କୁ ସବୁ ଲାଭ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ସୁଖ-ସମୃଦ୍ଧି, ଶାନ୍ତି, ଅନେକ କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

ମକର : ଏହି ରାଶିଙ୍କୁ ମଧ୍ୟ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିଶ୍ରମର ଶୁଭଫଳ ମିଳିବ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।