କଟକ,୩/୬: କଟକ ବାଲିକୁଦା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ଟ୍ରକ୍ ଚାପି ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନି।
ସୂଚନା ଅନୁଯାୟୀ, ଟ୍ରକ୍ଟି ବାପ-ପୁଅଙ୍କୁ ପଛରୁ ଧକ୍କା ଦେବା ପରେ ଚାପି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଅକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।