+୨ କଟ୍‌ ଅଫ୍‌ ମାର୍କ ତାଲିକା : କଳାରେ ବିଜେବି, ବାଣିଜ୍ୟରେ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନରେ ରେଭେନ୍ସା ଆଗରେ

0

ଭୁବନେଶ୍ୱର,୨/୭: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ଛାତ୍ରଛାତ୍ରୀ ମାନଙ୍କର କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି।
କଳାରେ ବିଜେବିର କଟ ଅଫ୍‌ ମାର୍କ ସର୍ବାଧିକ ୭୧.୧୭ ପ୍ରତିଶତ ରହିଛି। ବିଜେବିର ସର୍ବାଧିକ କଟ୍‌ ଅଫ୍‌ ମାର୍କ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ରେଭେନ୍ସା ବିଶ୍ୱ ବିଦ୍ୟାଳୟ। ରେଭେନ୍ସାର କଟ୍‌ ଅଫ୍‌ ମାର୍କ ରହିଛି ୭୦.୧୭%। ତୃତୀୟରେ ରହିଛି କେନ୍ଦୁଝର ପତିତପାବନ କଲେଜରେ। ଏହି କଲେଜର କଟ୍‌ ଅଫ୍‌ ମାର୍କ ରହିଛି ୬୮.୫ ପ୍ରତିଶତ। ସେହିପରି ବାଣିଜ୍ୟରେ ଗୋପାଳପୁର ଉଚ୍ଚ ବିଦ୍ୟାଳୟ କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୦.୬ ପ୍ରତିଶତ ରହିଛି। ବିଜ୍ଞାନରେ ରେଭେନ୍ସାର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୯୦ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟରେ ବିଜେବିର କଟ୍‌ ଅଫ୍‌ ମାର୍କ ୮୮.୬୭ ପ୍ରତିଶତ ରହିିଛି। ସମୁଦାୟ ୩ ଲକ୍ଷ ୭୫ ହଜାର ୯୮୫ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ମନୋନୀତ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରଛାତ୍ରୀ।

SBI AD
Leave A Reply

Your email address will not be published.