ନୂଆଦିଲ୍ଲୀ, ୨୭/୧୧ : ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ ଭେଙ୍ଗାଲ ନିକଟସ୍ଥ ବାନିଆଚଥିରମଠାରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଯାଇଛି। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ରାସ୍ତାକଡ଼ରେ ବ୍ୟାନର ଲଗାଉଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇଜଣ ଡିଏମକେ କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।