ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ନାମରେ ନାମିତ କରିବାକୁ ବିଜେଡିିର ଦାବି

0

ଭୁବନେଶ୍ୱର,୨/୭: ରାଜ୍ୟର ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମରେ ନାମିତ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଆଜି ବିଧାନସଭାରେ ଦାବି କରାଯାଇଛି।
ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଗୃହରେ ଶୂନ୍ୟକାଳରେ ଏହି ଦାବି ଉତ୍‌ଥାପନ କରିଥିଲେ। ଗତବର୍ଷ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ ସତ୍ୟବାଦୀ ଠାରେ ସ୍ଥାପନ କରାଯାଇଥିଲା।
ବିଧାୟକ ଶ୍ରୀ ସାମନ୍ତରାୟ କହିଲେ ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ସତ୍ୟବାଦୀ ବନ ବିଦ୍ୟାଳୟ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ ‘ପଞ୍ଚସଖା’ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ତେଣୁ ସତ୍ୟବାଦୀରେ ସ୍ଥାପିତ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଉତ୍କଳମଣିଙ୍କ ନାମରେ ନାମିତ ହେଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହି ଦାବିକୁ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସମର୍ଥନ କରିଥିଲେ। ସୂଚନାଯୋଗ୍ୟ ଯେ,ଆଜି ଗୋପବନ୍ଧୁଙ୍କର ଶ୍ରାଦ୍ଧ ବାର୍ଷିକୀ। ଏହି ପରିପ୍ରେକ୍ଷୀରେ ତାଙ୍କ ନାମରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନାମିତ କରିବା ଦାବି ସମୟୋପଯୋଗୀ।

SBI AD
Leave A Reply

Your email address will not be published.