ସେପ୍ଟେମ୍ବର ପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ର ଉଡ଼ାଣକୁ ଅପେକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ,୧୬/୭: ଜିଏସଏଲଭି ଏମକେ-୩ କ୍ରାୟୋଜୋନିକ ଇଞ୍ଜିନରେ ହିଲିୟମ ଲିକେଜ୍ ହେବା କାରଣରୁ ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)କୁ ଚନ୍ଦ୍ରଯାନ-୨ର ଉଡ଼ାଣ ରୋକିବାକୁ ପଡ଼ିଛି। ଚନ୍ଦ୍ରଯାନ-୨ ସୋମବାର ଭୋର ୨ଟା ୫୧ ମିନିଟରେ ଉତକ୍ଷେପଣ ହେବାର ଥିଲା। ମାତ୍ର ଲଞ୍ଚିଂର ଶେଷ ମୁହୂର୍ତ୍ତରେ ଅର୍ଥାତ ୫୬ ମିନିଟ୍ ପୂର୍ବରୁ ରକେଟରେ ବୈଷେୟିକ ତ୍ରୁଟି ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ଫଳରେ ଉଡ଼ାଣ ସ୍ଥଗିତ ରଖାଯାଇଥିଲା।

ଇସ୍ରୋର ସୂତ୍ର ମୁତାବକ କ୍ରାୟୋଜୋନିକ ଇଞ୍ଜିନରେ ଇନ୍ଧନ ଲିକେଜ୍ କାରଣରୁ ଚନ୍ଦ୍ରଯାନ-୨ର ଉଡ଼ାଣକୁ ରୋକିବାକୁ ପଡ଼ିଛି। ଏବେ ଏହି ମହତ୍ଵାକାଂକ୍ଷୀ ମିଶନର ଉଡ଼ାଣ ପାଇଁ ଏବେ ନୂତନ ତାରିଖ ସ୍ଥିର କରାଯିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜୁନ ୨୨ରେ ଗ୍ରାଉଣ୍ଡ ଟେଷ୍ଟ ସମୟରେ ମଧ୍ୟ ଅକ୍ସିଜେନ୍ ଟ୍ୟାଙ୍କରେ ଲିଜେଟ୍ ସମସ୍ୟା ସାମ୍ନାକୁ ଆସିଥିଲା। ମାତ୍ର ପରେ ଏହାକୁ ଠିକ୍ କରାଯାଇଥିଲା ଏବଂ ଇସ୍ରୋ ଉତକ୍ଷେପଣ ପାଇଁ ଜୁଲାଇ ୧୫ ତାରିଖ ନିର୍ଦ୍ଧାରିତ କରିଥିଲା। ମାତ୍ର ପୁଣି ଥରେ ଲିକେଜ୍ ସମସ୍ୟା ଦେଖାଯିବାରୁ ଇସ୍ରୋ ଚନ୍ଦ୍ରଯାନ-୨ର ଉଡ଼ାଣ ସ୍ଥଗିତ ରଖିଛି। ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ, ଇସ୍ରୋ ଶୀଘ୍ର ସମସ୍ୟାର ସମାଧାନ କରି ଉତକ୍ଷେପଣର ନୂତନ ତାରିଖ ଘୋଷଣା କରିବ, ଯାହା ସେପ୍ଟେମ୍ବରରେ ହୋଇପାରେ।

SBI_Festive_Digital Billboard