ଆସନ୍ତାକାଲି ସୁପ୍ରିମ୍‌କୋର୍ଟର ନୂଆ ବିଲ୍ଡିଂ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୭।୭: ଆସନ୍ତାକାଲି ସୁପ୍ରିମ୍‌କୋର୍ଟର ନୂଆ ବିଲ୍ଡିଂ ଅପରାହ୍ନ ୪ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ପ୍ରମୁଖ ଉପସ୍ଥିତ ରହିବେ। ପ୍ରାୟ ୧୨ ଏକର ପରିମିତ ଅଞ୍ଚଳରେ ରହିଥିବା ସୁପ୍ରିମ୍‌କୋର୍ଟର ଏହି ନୂଆ ବିଲ୍ଡିଂ ନିର୍ମାଣରେ ୮ଶହ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ୧୫ ଲକ୍ଷ ୪୦ ହଜାର ବର୍ଗଫୁଟ ଜମିରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଏଥିରେ ପରିବେଶ ଅନୁକୁଳ ସୌରଶକ୍ତିର ଉପଯୋଗ କରାଯାଇଛି।

SBI_Festive_Digital Billboard