୫୦ରୁ ଅଧିକ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର, ୧୬/୦୧ : ମୁଣ୍ଡ ଉପରେ ଥିଲା ଏକ କୋଟି ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼ ଵିଜାପୁର ଏସପିଙ୍କ ନିକଟରେ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନାସନାଲ ପାର୍କ ଏରିଆ କମିଟି ମାଓ ସଙ୍ଗଠନର ଏମାନେ ସକ୍ରିୟ ସଦସ୍ୟ ଥିଲେ । ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଵିଜାପୁର SP କହିଛନ୍ତି । ମାଓ ଦମନ ଅପରେସନରେ STF, DRG, CRPF ଏବଂ BSF ଯବାନ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମାଓ ସଂଗଠନର ଅନେକ ଶୀର୍ଷ ନେତା ଆତ୍ମସମର୍ପଣ କଲେଣି । ଜଙ୍ଗଲରେ ଯେଉଁ ମାଓବାଦୀ ରହିଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି ।