ଆସନ୍ତା ୨୭ରେ ଓସିଏ ନିର୍ବାଚନ

କଟକ,୭/୯: ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ (ଓଡିଶା କ୍ରକେଟ ଆସୋସିଏସନ) ଓସିଏର ନିର୍ବାଚନ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ଏଥିପାଇଁ ୨୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ସେହିପରି ୨୧ ତାରିଖରେ ପାର୍ଥୀପତ୍ର ଯାଂଚ ହେବ । ଏତତ୍ ବ୍ୟତୀତ ୨୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏନେଇ ୧୫ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା । ଏପରିକି ବୟସ ଅଧିକ ଥିବା ବ୍ୟକ୍ତିଙ୍କୁ ସଭାପତି ପଦରୁ ବାହାର କରାଯାଇଥିଲା ।