ଆସନ୍ତା ୨୬ରେ ଶୁକ୍ର ମେଷ ରାଶି ଓ ଅଶ୍ବନୀ ନକ୍ଷତ୍ରରେ ଏକାଠି ଚଳନ କରିବେ। ଏହାକୁ ଅତ୍ୟନ୍ତ ଦୁର୍ଲ୍ଲଭ ସଂଯୋଗ କୁହାଯାଏ। ଏଭଳି ରାଶି ପରିବର୍ତ୍ତନ ଫଳରେ ପ୍ରେମ,କର୍ମକ୍ଷେତ୍ର ଓ ଧନରେ ବଡ ପରିବର୍ତ୍ତନ ହେବ। ଜାଣନ୍ତୁ ଏହି ପରିବର୍ତ୍ତନ ଫଳରେ କେଉଁ କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏମାନେ ଧନୀ ହେବା ସହ ଅନେକ କ୍ଷେତ୍ରରେ ସଫଳତା ପାଇବେ।
ମେଷ : ଏହି ରାଶି ବ୍ୟକ୍ତି ବିଶେଷଙ୍କର ବ୍ୟକ୍ତିତ୍ୱ ଓ କର୍ମକ୍ଷେତ୍ରରେ ପ୍ରଭାବ ପଡ଼ିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ବଡ ବଡ ସୁଯୋଗ ମିଳିବ। ଧନ ଲାଭର ଯୋଗ ରହିଛି। ବ୍ୟବସାୟରେ ବଡ ଲାଭ ମିଳିବ। ପ୍ରେମ କ୍ଷେତ୍ରରେ ସଫଳତା ମିଳିବ।
ବୃଷ : ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ। ଅଟକି ଥିବା କାମରେ ସଫଳତା ମିଳିବ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ସମ୍ପର୍କରେ ତିକ୍ତତା ଦୂର ହେବ। ମନ ଶାନ୍ତ ରହିବ।
ସିଂହ : ଉନ୍ନତିିର ନୂଆ ନୂଆ ସୁଯୋଗ ମିଳିବ। ଆୟରେ ବୃଦ୍ଧି ହେବ। କର୍ମଚାରୀଙ୍କ ସହଯୋଗ ମିଳିବ। ନୂଆ ଯୋଜନା ସଫଳ ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ।
ତୁଳା : କର୍ମକ୍ଷେତ୍ରରେ ସଫଳତା ମିଳିବ। ଅଟକି ଥିବା କାମ ପୂରଣ ହେବ। ନୂଆ ଦାୟିତ୍ୱ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ।
ମୀନ : ଭାଗ୍ୟର ସାଥ୍ ମିଳିବ। ଅନେକ ଦିନରୁ ଅଟକି ଥିବା କାମରେ ସଫଳତା ଓ ଆଶ୍ୱସ୍ତି ପାଇବେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ପରୀକ୍ଷାରେ ଶୁଭଫଳ ମିଳିବ। ଶୁଭଖବର ପାଇବେ।