୫ଟି ସ୍ବର୍ଣ୍ଣ ପଦକ ପାଇ କମାଲ କଲେ KISS ଛାତ୍ରୀ ଅଞ୍ଜଳି

ଭୁବନେଶ୍ୱର, ୦୨/୦୪ : ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ । କମାଲ କଲେ KISS ଛାତ୍ରୀ ଅଞ୍ଜଳି । ରାୟପୁରରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାରେ ଓଡ଼ିଶା ଦଳରୁ ପ୍ରତିନିଧିତ୍ଵ କରି KISS ଛାତ୍ରୀ ଅଞ୍ଜଳି ମୁଣ୍ଡା ଏକାକୀ ସନ୍ତରଣର ବିଭିନ୍ନ ବର୍ଗରେ ୫ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୦ ମିଟର ଖ୍ରୀଷ୍ଟାଇ, ୧୦୦ ମିଟର ବ୍ୟାକଷ୍ଟ୍ରୋକ, ୨୦୦ ମିଟର ଆଇଏମ, ୫୦ ମିଟର ବ୍ୟାଷ୍ଟ୍ରୋକ ଏବଂ ୪ ଗୁଣା ୧୦୦ ମିଟର ରିଲେରେ ଚାମ୍ପିଅନ ହୋଇଛନ୍ତି । ଯେଉଁଥିିରେ ୯ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ଅଞ୍ଜଳିଙ୍କ ଏହି ସଫଳତା ପାଇଁ କିଟ୍-କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି । କିଟ୍-କିସ୍ ବ୍ୟାପକ ତାଲିମ ପରିବେଶ, ପ୍ରତିଯୋଗିତାମୂଳକ ଏକ୍ସପୋଜର୍ ସହ ଦକ୍ଷ ତାଲିମଦାତାଙ୍କ ଉପଯୁକ୍ତ ତାଲିମ ଅଞ୍ଜଳିଙ୍କୁ ସଫଳତା ଆଣି ଦେଇଛି ବୋଲି ଡକ୍ଟର ସାମନ୍ତ କହିଛନ୍ତି । କିସ୍ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ଏହି ଅବସରରେ ସେ କହିଛନ୍ତି ଯେ , ମୁଁ ଆଗରୁ ପୂର୍ବ ପ୍ରସ୍ତୁତି ମୋ କୋଚ୍ ଙ୍କ ହିସାବରେ କରୁଥିଲି । ଏତେ ବଡ ସୁଯୋଗ ଦେଇଥିବାରୁ ସାମନ୍ତ ସାର୍ ଙ୍କୁ ଧନ୍ୟବାଦ । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବି ବୋଲି କହିଛନ୍ତି ଅଞ୍ଚଳି । ଅଞ୍ଜଳି ମୁଣ୍ଡା ଏହି ଇଭେଣ୍ଟର ଜଣେ ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇଥିବା ବେଳେ ସେ କିଟ୍-କିସ୍ ଓ ସମଗ୍ର ଜନଜାତି ସଂପ୍ରଦାୟ ପାଇଁ ଗୌରବ ଆଣିପାରିଛନ୍ତି ।