ଭିଜିଲାନ୍ସ ଜାଲରେ ରାଜକନିକା ଥାନା ASI

ଭୁବନେଶ୍ୱର, ୦୫/୦୫ : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ASI ପ୍ରଶାନ୍ତ କୁମାର ପ୍ରଧାନ । ଜଣେ ମହିଳାଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ରାଜକନିକା ଥାନା ମଙ୍ଗଳପୁର ଗାଁର ନୀଳିମା ବାରିକଙ୍କ ଠାରୁ ଏକ ଜମିଜମା ମାମଲାର ରିପୋର୍ଟ କୋର୍ଟକୁ ପଠାଇବା ପାଇଁ ୨ହଜାର ଟଙ୍କା ଲାଞ୍ଚ ମାଗିବା ସହ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ ASI ପ୍ରଶାନ୍ତ କୁମାର ପ୍ରଧାନ । ଏନେଇ ମହିଳା ଜଣଙ୍କ କଟକ ଭିଜିଲାନ୍ସକୁ ଅବଗତ କରିବା ସହ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଅପରାହ୍ନରେ ASI ପ୍ରଶାନ୍ତ କୁମାର ପ୍ରଧାନ ମହିଳାଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକର ଏକ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ଼ହ୍ୟାଣ୍ଡରେ ଧରିଥିଲା । ପରେ ଥାନା ସହିତ ପ୍ରଶାନ୍ତଙ୍କ ରହିଥିବା ସରକାରୀ କ୍ଵାଟର ଯାଇ ଭିଜିଲାନ୍ସ ଟିମ୍ ମଧ୍ୟ ଛାନବିନ କରିଥିଲା ।