ଭୁବନେଶ୍ୱର, ୦୬/୦୫ : କଟକ ସାମ୍ବାଦିକ ସେବା ସଂଘ ଆନୁକୂଲ୍ୟରେ ଦୀର୍ଘ ୧୯ ଦିନ ଧରି ଚାଲିଥିବା ଜଳସେବା କାର୍ଯ୍ୟକ୍ରମଟି ବୁଧବାର ଉଦଯାପିତ ହୋଇଛି। ସ୍ଥାନୀୟ ୫୩ ନମ୍ବର ୱାର୍ଡ ତାଳଦଣ୍ଡା କେନାଲ ରାସ୍ତାର ନାଗେଶ୍ୱର ମନ୍ଦିର ଛକ ଅନ୍ଦରପୁର ଠାରେ ଚାଲିଥିବା ଏହି ଜଳସେବା କାର୍ଯ୍ୟକ୍ରମର ଶେଷ ଦିନରେ ଅତିଥିଭାବେ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମାଜସେବୀ ସୁଶାନ୍ତ ପାତ୍ର, କାର୍ପୋରେଟର ଅରବିନ୍ଦ ଜେନା, ମୀନା ସାହୁ, ଚୌଦ୍ୱାର ମୁନସିପାଲଟି ଉପାଧ୍ୟକ୍ଷ ଶୁଭେନ୍ଧୁ ସାମଲ, ଅନ୍ଦରପୁର ସାହୀ ଅଧିକାରୀ ପ୍ରମୋଦ ଭୋଳ, ସ୍ୱପ୍ନା ଫାଉଣ୍ଡେସନର ଅଧ୍ୟକ୍ଷ ସୁଧାଂଶୁ ପାତ୍ର, ସୋନୁ ସ୍ୱାଇଁ, ସାମ୍ବାଦିକ ବଳରାମ ନାୟକ ପ୍ରମୁଖ ଯୋଗ ଦେଇ ବାଟୋଇ ମାନଙ୍କୁ ବେଲ ପଣା ସହିତ ମିଲ୍କ ସେକ ବଣ୍ଟନ କରିବା ସହିତ ସାମ୍ବାଦିକ ମାନଙ୍କ ଏପରି ଜନସେବା ମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏଥିରେ ଆଶୀର୍ବାଦ ଫାଉଣ୍ଡେସନ ସଭାପତି ମାଗୁଣୀ ଚରଣ ଦାସ, ପ୍ରଭାକର ମଲ୍ଲିକ, ସରୋଜ ରାଉତ, ଚିତ୍ତରଞ୍ଜନ ନାୟକ, ବିନୋଦ ବେହେରା, ପ୍ରଦୀପ୍ତ ସ୍ୱାଇଁ, ସୌମ୍ୟରଞ୍ଜନ ସ୍ୱାଇଁ, ଅମର ସାମନ୍ତରାୟ, ନଗେନ ଦାସ, ଜିତେନ୍ଦ୍ର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାମଲ, ବିଜୟାନନ୍ଦ ସାହୁ, ରଜନୀକାନ୍ତ ପରିଜା, ଶୈଳେନ୍ଦ୍ର ଭୋଳ, ଜନକ ବାରିକ, ଦେବଦତ୍ତ ରାଉତ, ଅଶୋକ ସାମଲ, ନଣ୍ଡା ରାଉତ, ଲୋପାମୁଦ୍ରା ଶତପଥି ପ୍ରମୁଖ ଯୋଗଦେଇ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।