ଭୁବନେଶ୍ୱର, ୦୭/୦୫ : ପୁଣି ଜନନୀ ଯନ୍ତ୍ରଣା । ପକ୍କା ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର । ଧର୍ମଗଡ଼ ବ୍ଲକ ଧଅରପୁର ପଞ୍ଚାୟତ ଆମ୍ବଗୁଡ଼ା-ମାଲପଡ଼ାରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ନେଲେ ପରିବାର ଲୋକେ ।