ଆଫଗାନିସ୍ତାନରେ ବାଲ୍ୟବିବାହକୁ ମାନ୍ୟତା ଦେଲା ତାଲିବାନ

ନୂଆଦିଲ୍ଲୀ, ୧୭/୦୫ : ଆଫଗାନିସ୍ତାନରେ ତାଲିବାନ ଶାସନ ବିବାହ, ଛାଡପତ୍ର ଏବଂ ବାଲ୍ୟବିବାହକୁ ନେଇ ଏକ ନୂତନ ଏବଂ ବିବାଦୀୟ ପାରିବାରିକ ଆଇନ କାର୍ଯ୍ୟକାରୀ କରିଛି, ଯାହାକୁ ଅନ୍ତର୍ଜାତୀୟ ପର୍ୟ୍ୟବେକ୍ଷକମାନଙ୍କ ପକ୍ଷରୁ ସମାଲୋଚନା କରାଯାଇଛି। ଆଫଗାନ ଗଣମାଧ୍ୟମ ଆମୁ ଟିଭି ଅନୁଯାୟୀ, ୩୧ ଧାରା ବିଶିଷ୍ଟ ଏହି ନିୟମକୁ ତାଲିବାନ ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦା ଅନୁମୋଦନ କରି ମେ’ ମାସର ମଧ୍ୟଭାଗରେ ଶାସନର ସରକାରୀ ଗେଜେଟରେ ପ୍ରକାଶିତ କରିଥିଲେ। ଏହାର ଶୀର୍ଷକ ରହିଛି ‘ପତି/ପତ୍ନୀ ଅଲଗା ହେବା ପାଇଁ ନୀତି’।