ନୂଆଦିଲ୍ଲୀ, ୧୭/୦୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମ କୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ଅଧ୍ୟାଦେଶ-୨୦୨୬ ଜାରି କରିଛନ୍ତି। ଏହା ଦ୍ବାରା ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି ପାଇଛି । ୪ ଜଣ ନୂଆ ବିଚାରପତିଙ୍କୁ ଶୀର୍ଷକୋର୍ଟରେ ନିଯୁକ୍ତ କରାଯିବ। ଏଥିରେ ଭାରତର ପ୍ରଧାନ ବିଚାରପତି ଅନ୍ତର୍ଭୁକ୍ତ ନୁହଁନ୍ତି। ଏହି ନିଷ୍ପତ୍ତିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସୁପ୍ରିମକୋର୍ଟରେ ବର୍ଦ୍ଧିତ ମାମଲାଗୁଡ଼ିକର ବ୍ୟାକଲଗ୍ ହ୍ରାସ କରିବା ଏବଂ ଲୋକଙ୍କ ପାଇଁ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବାବିଚାରପତିଙ୍କ ସଂଖ୍ୟା ବୃଦ୍ଧି ଦ୍ୱାରା ଶୁଣାଣି ତ୍ୱରାନ୍ୱିତ ହେବ ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ଶୀଘ୍ର ହେବ ।