ଇରାନକୁ ପୁଣି ଚେତାବନୀ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ, ୧୮/୦୫ : ଇରାନକୁ ପୁଣି ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଇରାନ ପାଇଁ ସମୟ ସରି ସରି ଆସୁଛି । ଶାନ୍ତି ଚୁକ୍ତି ପାଇଁ ଶୀଘ୍ର ସହମତି ହେବା ଦରକାର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଇରାନକୁ ଏହି ଚେତାବନୀ ଦେଇଛନ୍ତି । ଯଦିଓ ଉଭୟ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା ପାଇଁ ପ୍ରୟାସ ଜାରି ରହିଛି, ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ ।