ଖରାଦିନ ପାଇଁ ଲାଭଦାୟକ ଅଙ୍ଗୁର, ପ୍ରତିଦିନ ଖାଆନ୍ତୁ ମିଳିବ ଅନେକ ରୋଗରୁ ମୁକ୍ତି

ପନିପରିବାକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । ନିୟମିତ ଫଳ ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ ହୋଇପାରିବ । ଆପଲ୍ ଠାରୁ ଅଙ୍ଗୁର ପର୍ଯ୍ୟନ୍ତ ଅନେକ ଫଳ ଅଛି ଯାହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ । ଅନେକ ପ୍ରକାରର ଅଙ୍ଗୁର ବଜାରରେ ଉପଲବ୍ଧ । କଳା ଅଙ୍ଗୁର, ସବୁଜ ଅଙ୍ଗୁର, ହାଲୁକା ହଳଦିଆ ଅଙ୍ଗୁର ଏବଂ ନାଲି ଅଙ୍ଗୁର ମଧ୍ୟ ଉପଲବ୍ଧ । ଅଙ୍ଗୁର ଖାଇବା ଦ୍ୱାରା କର୍କଟ, ଆଲଜାଇମର, ପାର୍କିସନ୍ସ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ତେବେ ଆସନ୍ତୁ ଜାଣିବା ଅଙ୍ଗୁର ଖାଇବାର ଲାଭ କ’ଣ ଏବଂ କେଉଁ ରୋଗ ଉପରେ ଅଙ୍ଗୁର ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ।

ଅଙ୍ଗୁର ଖାଇବା ଅନେକଙ୍କର ପ୍ରିୟ ହୋଇଥାଏ । ବିଶେଷକରି ଖରାଦିନେ ଏହାକୁ ଖାଇଲେ ଆମ ଶରୀରକୁ ଅନେକ ଉପକାର ମିଳିଥାଏ । କାରଣ ଏଥିରେ ଭରିଥାଏ କାର୍ବୋହାଇଡ୍ରେଟ୍‌, ଡାଇଟାରି ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି କମ୍ଲେକ୍ସ, ଭିଟାମିନ୍‌ ସି, ଭିଟାମିନ୍‌ କେ, କାଲସିୟମ୍‌, ଆଇରନ୍‌, ମାଗନେସିୟମ୍‌, ପୋଟାସିୟମ୍‌, ସୋଡିୟମ୍‌ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ବ ରହିଛି ।

ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଅନେକ ମତ ଦେଇଥାନ୍ତି । ଏପରିକି ଏଥିରେ ଭିଟାମିନ୍‌ ଏ ରହୁଥିବାରୁ, ଏହାକୁ ଖାଇଲେ ଆଖି ସୁସ୍ଥ ରହିଥାଏ ବୋଲି ବିଶ୍ୱାସ କରାଯାଏ । ସେହିପରି ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ସୁଗାର୍‌ ଲେଭଲ୍‌ ବି ନିୟନ୍ତ୍ରଣରେ ରହିଥାଏ । ଏହା ଛଡ଼ା ଅନେକଙ୍କର ଖରାଦିନେ ଆଲର୍ଜି ହୋଇ ତ୍ୱଚା କୁଣ୍ଡାଇ ହୋଇଥାଏ ।

ଏଭଳି କ୍ଷେତ୍ରରେ ଅଙ୍ଗୁର ଖାଇଲେ ଅନେକ ସୁଫଳ ମିଳିଥାଏ । କାରଣ ଅଙ୍ଗୁରରେ ଆଣ୍ଟିଭାଇରାଲ୍‌ ଗୁଣ ରହୁଥିବାରୁ ତ୍ୱଚା ସମ୍ବନ୍ଧୀୟ ଆଲର୍ଜିକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ସେହିପରି କୁହାଯାଏ, ଅଙ୍ଗୁର ଖାଇଲେ କ୍ୟାନସର୍‌ ଭଳି ମାରତ୍ମକ ରୋଗରୁ କେତେକାଂଶରେ ମୁକ୍ତି ମିଳିଥାଏ । ବିଶେଷକରି ବ୍ରେଷ୍ଟ କ୍ୟାନସର୍‌ରୁ ରକ୍ଷା ପାଇବା ପାଇଁ ଅଙ୍ଗୁର ଖାଇବା ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏଥିସହ ଜାଣିରଖନ୍ତୁ ଯେ, ଯେଉଁମାନେ ପ୍ରତିଦିନ ଅଙ୍ଗୁର ଖାଆନ୍ତି ସେମାନଙ୍କ ସ୍କିନ ଗ୍ଲୋଇଂ ଏବଂ କେଶ ଖୁବ ହେଲ୍ଦି ରହିଥାଏ । ଅଙ୍ଗୁରରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ରିଜଭାଟ୍ରୋଲ୍ ଚର୍ମକୁ କ୍ଷତିରୁ ରକ୍ଷା କରିଥାଏ । ଏହା କେଶକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଅଙ୍ଗୁରରେ ଜଳ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଓଜନ ନିୟନ୍ତ୍ରଣ କରିପାରିବ । ଅଙ୍ଗୁର ଭୋକ ଏବଂ ମେଦବହୁଳତା ହ୍ରାସ କରେ । ଅଙ୍ଗୁର ଆମ ଶରୀରକୁ ନ୍ୟାଚୁରାଲ ସୁଗାର ଯୋଗାଇଥାଏ ଯାହା ଦ୍ୱାରା ମିଠା ପାଇଁ କ୍ରେଭିଙ୍ଗ ପୂରଣ ହୋଇପାରିବ ।