ନୂଆଦିଲ୍ଲୀ, ୨୮/୦୫ : ବଳାତ୍କାର ଘଟଣାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ଡେରା ସଚ୍ଚା ସୌଦା ସଂଗଠନର ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣି ୩୦ ଦିନିଆ ପାରୋଲରେ ଯିବାକୁ ସୁଯୋଗ ମିଳିଛି। ବିଗତ ଛଅ ବର୍ଷ ମଧ୍ୟରେ ଏହାକୁ ମିଶାଇ ରାମ ରହିମ ମୋଟ ୧୬ ଥର ଏହି ସୁଯୋଗ ହାସଲ କରିଛନ୍ତି। ପାରୋଲରେ ଥିବାବେଳେ ରାମ ରହିମ ହରିୟାଣାର ସିର୍ସାସ୍ଥିତ ଡେରା ସଂଗଠନର ମୁଖ୍ୟାଳୟରେ ଅବସ୍ଥାନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଆଶ୍ରମର ଦୁଇଜଣ ଅନ୍ତେବାସୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବା ପରେ ୨୦୧୭ରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ୨୦୨୦ ଅକ୍ଟୋବରରେ ତାଙ୍କୁ ପ୍ରଥମ ଥର ପାରୋଲରେ ଯିବାକୁ ଅନୁମତି ମିଳିଥିଲା। ରାମ ରହିମ ବର୍ତ୍ତମାନ ରୋହତକ୍ର ସୁନାରିଆ ଜେଲରେ କଏଦୀ ଜୀବନ ବିତାଉଛନ୍ତି।